ETV Bharat / sitara

ସମସ୍ୟା ଘେରରେ ଏକତା, ଇନ୍ଦୋର ହାଇକୋର୍ଟରେ ଚାଲିବ ମକଦ୍ଦମା

author img

By

Published : Nov 12, 2020, 2:09 PM IST

ନିଜ ୱେବ ସିରିଜକୁ ନେଇ କିଛି ଦିନରୁ ହଟହଟା ଏକତା । ଏବେ ଏହି ମାମଲାରେ ଯାଞ୍ଚ କରିବ ଇନ୍ଦୋର ପୋଲିସ । ସହଯୋଗ କରିବାକୁ ବାଧ୍ୟା ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ଇନ୍ଦୋର: ଲୋକପ୍ରିୟ ନିର୍ମାତା ଏକତା କପୁରଙ୍କୁ ଇନ୍ଦୋର ହାଇକୋର୍ଟରୁ ମିଳିଲା ବଡ ଝଟକା । ଏକ ୱେବ୍ ସିରିଜରେ ସେନା ବିରୋଧରେ ଆପତ୍ତିଜନକ କଣ୍ଟେଣ୍ଟ ପର୍ଯ୍ୟବେଶିତ କରିଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ସିରିଜକୁ ନେଇ ପୂର୍ବରୁ ମଧ୍ୟ ଅନେକ ବିବାଦ ସୃଷ୍ଟି ହୋଇସାରିଛି । ସେହିପରି ଆପତ୍ତିଜନକ ତଥ୍ୟ ଦେଖାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଜଣେ କ୍ରୋଧିତ ବ୍ୟକ୍ତି ଏହି ମାମଲାରେ ଇନ୍ଦୋରର ଅନ୍ନପୂର୍ଣ୍ଣା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏବେ ଯାଞ୍ଚରେ ସହଯୋଗ କରିବା ପାଇଁ ଏକତାଙ୍କୁ ଇନ୍ଦୋର ଯିବାକୁ ପଡିବ ।

ତେବେ ଏହି ମାମଲା ରୁଜୁ ହେବା ପରେ ଏକତା ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତାଙ୍କ ଓକିଲ କହିଥିଲେ ଯେ ୱେବ ସିରିଜରେ କିଛି ଆପତ୍ତିଜନକ ତଥ୍ୟା ନାହିଁ । ତଦନ୍ତ ଓ ମାମଲାର ଶୁଣାଣି ନକରି ପୋଲିସ ଜବରଦସ୍ତ ମାମଲା ରୁଜୁ କରିଥିଲା । ଏହାକୁ ବାତିଲ କରାଯିବା ଉଚିତ୍ ।

ସେପଟେ ଅଭିଯୋଗକାରୀ ଏବଂ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଓଟିଟି ପ୍ଲାଟଫର୍ମକୁ ସମ୍ପାଦନ ନକରି ଆପତ୍ତିଜନକ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ମଧ୍ୟ ଦାଖଲ କରାଯାଉଛି | ତେଣୁ, ନିର୍ମାତା-ନିର୍ଦ୍ଦେଶକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ସମସ୍ତ ପକ୍ଷର ଶୁଣାଣି ପରେ ହାଇକୋର୍ଟ ଏହି ରାୟ ସଂରକ୍ଷଣ କରିଛନ୍ତି ।

ବୁଧବାର ଦିନ ଜଷ୍ଟିସ ସତ୍ୟଚନ୍ଦ୍ର ଶର୍ମାଙ୍କ ଏକ ବେଞ୍ଚ, ଜଷ୍ଟିସ ଶୈଳେନ୍ଦ୍ର ଶୁକ୍ଲା ଏହି ମାମଲାରେ ବିସ୍ତୃତ ରାୟ ଦେଇଛନ୍ତି । ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ପୁଷ୍ମିତ୍ରା ଭର୍ଗାଭା ପୋଲିସ ପକ୍ଷରୁ ଓକିଲାତି କରିଥିଲେ । ସବୁ ପକ୍ଷ ଶୁଣିବା ପରେ କୋର୍ଟ ଏକତାଙ୍କ ଯାଚିକା ଖାରଜ କରିଦେଇଛନ୍ତି । ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାଧୀନତା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.