ETV Bharat / sitara

ଗାର୍ଲଫ୍ରେଣ୍ଡଙ୍କୁ ଭଉଣୀ କୁହନ୍ତି କାର୍ତ୍ତିକ

କାର୍ତ୍ତିକ ଆର୍ୟନଙ୍କ ଫିମେଲ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ତାଙ୍କ କ୍ୟୁଟ ଅନ୍ଦାଜରେ ହୃଦୟ ହାରି ବସିଛନ୍ତି ଫ୍ୟାନ୍ସ । ହେଲେ କାର୍ତ୍ତିକ ପିଲା ବେଳେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଭଉଣୀ କହୁଥିଲେ ବୋଲି ଏକଥା ହୁଏତଃ କାହାରିକୁ ଜଣାନାହିଁ ।

karthik aryan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
author img

By

Published : Feb 7, 2020, 2:37 PM IST

ମୁମ୍ବାଇ: କ୍ୟୁଟ କାର୍ତ୍ତିକ ଆର୍ୟନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମ ପ୍ରମୋଶନ ପାଇଁ ସେ ଅନେକ ଇଭେଣ୍ଟରେ ଯୋଗ ଦେଉଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ କାର୍ତ୍ତିକ ନିଜ ବ୍ୟକ୍ତିଗତ ଜୀବନ ସହ ସମ୍ପୃକ୍ତ ଥିବା ଏକ କାହାଣୀ ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନିଜ ପିଲା ବେଳ ପ୍ରେମ କାହାଣୀ ବିଷୟରେ ସେ ଆଲୋଚନା କରିଥିଲେ ।

ସେ କହିଥିଲେ ଯେ, ଯେବେ ସେ 16 ବର୍ଷର ଥିଲେ, ସେହି ସମୟରେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ଗୋଟିଏ ବେଞ୍ଚରେ ଏକାଠି ବସୁଥିଲେ । ଦୁଇଜଣ ହୋମୱାର୍କ ଓ ଆସାଇନମେଣ୍ଟ ପରସ୍ପର ସହ ସେୟାର କରୁଥିଲେ । ସେହି ସମୟରେ ଯେତେବେଳେ ସେ ଡେଟରେ ଯାଉଥିଲେ ଧରା ପଡିଯିବାର ଡର ମଧ୍ୟ ରହୁଥିଲା । ଆଉ ଗ୍ବାଲିୟରରେ ବୁଲୁଥିବା ସମୟରେ ପରସ୍ପର ନିଜ ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ।

ଆଉ ଯେବେ ଧରା ପଡିଯାଉଥିଲେ ତେବେ ସେ ଗାର୍ଲଫ୍ରେଣ୍ଡଙ୍କୁ ନିଜ କଜିନ କହୁଥିଲେ । ଛୋଟ ପରଦାର ଫେମସ କମେଡି ଶୋ ‘ଦ କପିଲ ଶର୍ମା’ରେ କାର୍ତ୍ତିକ ଖୁଲାସା କରିଥିଲେ ଯେ ଭାଲେଣ୍ଟାଇନ ଡେରେ ଗାର୍ଲଫ୍ରେଣ୍ଡଙ୍କୁ ସାକ୍ଷାତ କରିବାକୁ ଏକ ରେସ୍ତୋରାଁକୁ ଯାଉଥିଲେ । ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କ ଦ୍ବାରା ଧରାପଡିଯିବାର ମଧ୍ୟ ଡର ତାଙ୍କ ମନରେ ଥିଲା । ଏପରି ସେ ଅନେକ ଥର ନିଜ ଗାର୍ଲଫ୍ରେଣ୍ଡଙ୍କୁ ଭଉଣୀ କହି ସମ୍ବୋଧିତ କରୁଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.