ETV Bharat / sitara

କୋଭିଡ-19: ନକଲି ଔଷଧ ବିକ୍ରି କରି ହଲିଉଡ ଆକ୍ଟର କିଥ୍‌ ଗିରଫ

author img

By

Published : Mar 28, 2020, 4:09 PM IST

ବର୍ତ୍ତମାନ କୋରୋନା ଭାଇରସ ପ୍ରକୋପକୁ ନେଇ ଭୟଭିତ ପୁରା ବିଶ୍ବ । ଏମିତି ପରିସ୍ଥିତିରେ ଲୋକଙ୍କୁ ନକଲି ଔଷଧ ବିକି ଗିରଫ ହୋଇଛନ୍ତି ପପୁଲାର ଆକ୍ଟର କିଥ୍‌।

keith lawrence middlebook
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ୱାଶିଂଟନ: ସମସ୍ୟା ଘେରରେ ହଲିଉଡର ଫେମସ୍‌ ଆକ୍ଟର କିଥ ଲରେନ୍ସ ମିଡଲବ୍ରୁକ। କୋରୋନା ଭାଇରସର ନକଲି କ୍ୟାପସୁଲ ବିକ୍ରି କରୁଥିବା ଅଭିଯୋଗରେ ତାଙ୍କୁ ଏଫବିଆଇ(ଫେଡରଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ) ଏଜେଣ୍ଟ ଦ୍ବାରା ଗିରଫ କରାଯାଇଛି। ଫେମସ ଫିଲ୍ମ ‘ଆଇରନ ମ୍ୟାନ 2’ ଓ ହିଟ୍ ଟେଲିଭିଜନ ସିରିଜ ‘ଏନଟୁରେଜ’ରେ ଦମଦାର ଅଭିନୟ କରିଥିଲେ କିଥ୍‌।

ପୁରା ମାମଲାଟି ହେଲା ଯେ, କିଥ ମୁଖ୍ୟତଃ quantum prevention cv inc ନାମକ କମ୍ପାନୀର ସେହି ଔଷଧ ଉପରେ ନିବେଶ କରିବାକୁ ପରାର୍ମଶ ଦେଉଛନ୍ତି ଯାହା ସଠିକ କାମ କରିବା ବୋଲି ଦାବି ହେଉଥିଲା ।

ଆଉ ଦାବିରେ କୁହାଯାଇଛି କୋବିଡ-19 ସଂକ୍ରମଣକୁ ଏହି ଔଷଧ ଶେଷ କରିବା ସହ ସମ୍ପୂର୍ଣ୍ଣ ରୂପେ ଭାଇରସକୁ ନଷ୍ଟ କରିଦେବ। ପ୍ରକାଶ ଥାଉକି ଏଫବିଆଇର ଏକ ଷ୍ଟିଙ୍ଗ ଅପରେଶନ ପରେ ଗତ 25 ତାରିଖରେ ତାଙ୍କୁ ଲସ୍‌ ଆଞ୍ଜେଲିସରୁ ଗିରଫ କରାଯାଇଥିଲା। ଏହି ଷ୍ଟିଙ୍ଗରେ ତାଙ୍କୁ ନିବେଶକ ରୂପେ ଜଣେ ଅଣ୍ଡରକଭର ଏଜେଣ୍ଟକୁ ଔଷଧର ଏକ ପ୍ୟାକେଟ ଦେଉଥିବା ବେଳେ ଧରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.