ETV Bharat / sitara

ପଞ୍ଜାବ କୋର୍ଟରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ

author img

By

Published : Feb 10, 2021, 9:59 PM IST

ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ କହି ଫସିଲେ ବଲିଉଡ ଅଭିନେତ୍ରୀ କଙ୍ଗନା । ଯାହାକୁ ନେଇ ତାଙ୍କ ବିରୋଧରେ କୃଷକ ହର୍ଷିମ୍ରନ ସିଂ ସିଦ୍ଧୁ ପଞ୍ଜାବ କୋର୍ଟରେ ଅଭିଯୋଗ କରିଛନ୍ତି । କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Farmer files complaint against Kangana Ranaut in Punjab court
ପଞ୍ଜାବ କୋର୍ଟରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ

ଚଣ୍ଡିଗଡ: ସବୁବେଳେ ବିବାଦରେ ରହୁଥିବା କଙ୍ଗନା ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ କହି ଫସିଲେ ।

ଯାହାକୁ ନେଇ ତାଙ୍କ ବିରୋଧରେ କୃଷକ ହର୍ଷିମ୍ରନ ସିଂ ସିଦ୍ଧୁ ପଞ୍ଜାବ କୋର୍ଟରେ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ଆଡଭୋକେଟ୍ କୁଲଜିନ୍ଦର ସିଂ ସାନ୍ଧୁ ଏବଂ ସ୍ନେହପ୍ରୀତ ସିଂ ମନ୍ ଜରିଆରେ କୃଷକ ହର୍ଷିମ୍ରନ ସିଂ ସିଦ୍ଧୁ କଙ୍ଗନାଙ୍କ ବିରୋଧରେ ଜେଏମଆଇସି ମନଦୀପ ସିଂଙ୍କ କୋର୍ଟରେ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ଶୁଣାଣି ଫେବୃଆରୀ 15 ପାଇଁ ଧାର୍ଯ୍ୟ କରାଯାଇଛି ।

ଆଡଭୋକେଟ୍ କୁଲଜିନ୍ଦର କହିଛନ୍ତି ଯେ, ଫେବୃଆରୀ 3ରେ କଙ୍ଗନା ଦିଲ୍ଲୀରେ ଚାଲିଥିବା କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆତଙ୍କବାଦୀ କହି ଟ୍ବିଟ କରିଥିଲେ । କଙ୍ଗନା କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହର୍ଷମ୍ରନ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.