ହାଇଦ୍ରାବାଦ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଫରହାନ୍ ଅଖତର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିଛନ୍ତି । ଫରହାନ ଅଖତର ବିବାହ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ଦୁଇ ଝିଅ ଶାକ୍ୟା ଏବଂ ଅକିରାଙ୍କ ସହ ପୋଜ୍ ଦେଉଛନ୍ତି। ଏକ ବିବାହ ଭିଡିଓରେ ହ୍ରିତିକ ରୋଶନ ଫରାହ ଖାନ ଏବଂ ଶବାନା ଆଜମିଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଫରହାନ ଅଖତରଙ୍କ ଫଟୋରେ ପିତା ଜାଭେଦ ଅଖତର ମଧ୍ୟ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର୍ କରି ଫରହାନ୍ ଲେଖିଛନ୍ତି, ''ବନ୍ଧୁ, ପରିବାର, ମନୋରଞ୍ଜନ ସମୟ। "

ଏକ ଫଟୋରେ ସେ ତାଙ୍କ ମାଆ ହନି ଇରାନୀଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି। ତାଙ୍କ ଝିଅ ଶାକ୍ୟା ଏବଂ ଅକିରା ମଧ୍ୟ ତାଙ୍କ ସହ ନାଚୁଥିବାର ନଜର ଆସିଥିଲେ। ସେ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଗୋଟିଏ ଫଟୋରେ ଶିବାନୀ ତାଙ୍କ ଶ୍ବଶୁର ଜାଭେଦଙ୍କ ସହ ନାଚୁଥିବାବେଳେ ଅନ୍ୟ ଏକ ଫଟୋରେ ସଂଗୀତକାର ଶଙ୍କର ମହାଦେବନ ଏବଂ ଏହସାନ ନୁରାନୀ ଗୀତ ଗାଇଥିବାର ନଜର ଆସିଥିଲେ। ଏକ ଫଟୋରେ, ଫରହାନ୍ ତାଙ୍କ ସମ୍ପର୍କୀୟ ଫରାହ ଖାନ୍, ଘନିଷ୍ଠ ବନ୍ଧୁ ହ୍ରିତିକ୍ ରୋଶନ୍ ଏବଂ ଶବାନା ଆଜମିଙ୍କ ସହ 'ଏକ ପଲ୍ କା ଜୀନା'ରେ ହୁକ୍ ଷ୍ଟେପ୍ କରିଥିଲେ ।

ଫରହାନଙ୍କ ପ୍ରଥମ ବିବାହ ଅଦୁନା ଭବାନୀଙ୍କ ସହ ହୋଇଥିଲା, କିନ୍ତୁ ଏହି ବିବାହ 16 ବର୍ଷ ପରେ ଭାଙ୍ଗିଯାଇଥିଲା । ଫରହାନଙ୍କ ପ୍ରଥମ ବିବାହ ମଧ୍ୟ ଏକ ପ୍ରେମ ବିବାହ ଥିଲା ଏବଂ ତାଙ୍କର ଦୁଇ ଝିଅ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ