ETV Bharat / sitara

ସରକାରୀ ହସ୍ପିଟାଲକୁ ଫରହାନ ଅଖତରଙ୍କ ସହାୟତା - ଫରହାନ ଅଖତରଙ୍କ କୋଭିଡ 19 ସହାୟତା

ନିକଟରେ ଫରହାନ ଅଖତର ବିଭିନ୍ନ ସରକାରୀ ହସ୍ପିଟାଲକୁ 1000 ପିପିଇ କିଟ୍ସ ପ୍ରଦାନ କରିଛନ୍ତି । ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସରକାରୀ ହସ୍ପିଟାଲକୁ ଫରହାନ ଅଖତରଙ୍କ ସହାୟତା
ସରକାରୀ ହସ୍ପିଟାଲକୁ ଫରହାନ ଅଖତରଙ୍କ ସହାୟତା
author img

By

Published : May 8, 2020, 6:50 AM IST

ମୁମ୍ବାଇ: ଦେଶର ବିପଦ ସମୟରେ ସବୁ ସେଲିବ୍ରିଟି ନିଜସ୍ବ ଉଦ୍ୟମରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କିଏ ଫଣ୍ଡ ଦେଉଛି ତ କିଏ ସ୍ବାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍ସ ପ୍ରଦାନ କରୁଛି । ସେହିପରି ଆଉ କିଏ ଦିନ ମଜୁରିଆ ଓ ଗରିବଙ୍କୁ ଖାଦ୍ୟ ବାଣ୍ଟୁଛି ।

ଏହି ତାଲିକାରେ ନିଜ ନାମ ସାମିଲ କରିଛନ୍ତି ବଲିଉଡ ଆକ୍ଟର ଫରହାନ ଅଖତର । ନିକଟରେ ସେ ବିଭିନ୍ନ ସରକାରୀ ହସ୍ପିଟାଲକୁ 1000 ପିପିଇ କିଟ୍ସ ପ୍ରଦାନ କରିଛନ୍ତି । ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଅଖତର କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ସରକାରୀ ହସ୍ପିଟାଲରେ ଏହି ପିପିଇ କିଟ୍ସରେ ଅଧିକ ଆବଶ୍ୟକତା ରହିଛି ।

ଏଥିପାଇଁ ସେ ନିଜ ଟ୍ବିଟରେ ଏକ ୱେବସାଇମଟ ମଧ୍ୟ ଦେଇଛନ୍ତି । କିପରି ଜଣେ ଚାହିଁଲେ ଏହି ପିପିଇ କିଟ୍ସ ଦାନ କରିବ ସେ ଉପରେ ମଧ୍ୟ ଉପାୟ ବତାଇଛନ୍ତି । ଏହାସହ ସେ ଲେଖିଛନ୍ତି ଯେ ପ୍ରତିଟି କିଟ୍ସର ମୂଲ୍ୟ 650 ଟଙ୍କା । ଦୟାକରି ସମସ୍ତେ ଆଗେଇ ଆସନ୍ତୁ ଏବଂ ଡାକ୍ତର ଓ ନର୍ସଙ୍କୁ ସାହାଯ୍ୟ କରନ୍ତୁ । ଏହି ସମୟରେ ସେମାନଙ୍କୁ କିଟ୍ସର ଅଧିକ ଆବଶ୍ୟକ ରହିଛି । ଏହି କାମରେ ଯିଏ ବି ସହଯୋଗ କରିବେ ସମସ୍ତଙ୍କୁ ସେ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଦେବେ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.