ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ସଙ୍ଗୀତକାର ଏବଂ ଲେଖକ ଜାଭେଦ ଅଖତର ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବରୁ ସେ ବୁର୍ଖା ଓ ଓଢଣୀ ଉପରେ ବୟାନ ଦେଇ ବିବାଦ ସୃଷ୍ଟି କରିଥିଲେ । ପରେ ସେ ପୁଣି ଟ୍ବିଟରରେ ଏକ ପୋଷ୍ଟ କରି ନିଜ ବୟାନ ଉପରେ ନିଜ ପକ୍ଷ ରଖିଥିଲେ । ପିତାଙ୍କ ବୟାନ ପରେ ଏବେ ସାମ୍ନାକୁ ଆସିଛି ତାଙ୍କ ପୁଅ ତଥା ଅଭିନେତା, ଗାୟକ ଫରହାନ ଅଖତରଙ୍କ ବୟାନ । ଯେଉଁଥିରେ ସେ ନିଜ ପିତାଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ।
ନିକଟରେ ଏକ ପ୍ରେସ କନଫ୍ରେନ୍ସରେ ଯୋଗ ଦେଇ ସେ କହିଥିଲେ ସବୁ ପ୍ରସଙ୍ଗ ଉପରେ ନିଜ ନିଜ ପକ୍ଷ ରଖିବାର ସମସ୍ତଙ୍କୁ ଅଧିକାର ଅଛି । ଯଦି ତାଙ୍କ ପିତା କୌଣସି ବୟାନ ଦେଇଛନ୍ତି ତେବେ ତାହା ତାଙ୍କ ବିଚାର, ଯାହାର ସମ୍ମାନ ସେ କରୁଛନ୍ତି ।
ପ୍ରକାଶ ଥାଉକି ଭୋପାଲରେ ହୋଇଥିବା ଏକ ପ୍ରେସମିଟରେ ଜାଭେଦ କହିଥିଲେ କି ସରକାର ବୁର୍ଖା ସହ ରାଜସ୍ଥାନରେ ଓଡ଼ଣୀ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇବା କଥା । ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଥିଲା । ଖାଲି ଏତିକି ନୁହେଁ ରାଜସ୍ଥାନର କର୍ଣ୍ଣୀ ସେନା ମଧ୍ୟ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ଏବେ ଦେଖିବା ବାକି ରହିଲା କି କେବେ ଏହି ବିବାଦ ଜାଭେଦଙ୍କ ପିଛା ଛାଡୁଛି ।