ମୁମ୍ବାଇ: ବଲିଉଡର ଫେମସ କୋରିଓଗ୍ରାଫର ଗୀତା କପୁରଙ୍କ ଜନ୍ମଦିନରେ ନିର୍ଦ୍ଦେଶକ-କୋରିଓଗ୍ରାଫର ଫରାହ ଖାନ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଫରାହ ଇନଷ୍ଟାଗ୍ରାମରେ ଗୀତାଙ୍କ ସହ ତାଙ୍କର ଏକ ପୁରୁଣା ଦିନର ଫଟୋ ପୋଷ୍ଟ କରିଛନ୍ତି । ଫଟୋ ସହିତ ଫରାହା ଲେଖିଛନ୍ତି, "ଆମ ଦୁହେଁ ବହୁତ ଭଲ ଏବଂ ଖରାପ ଦିନ ଏକାସହିତ ଦେଖିଛୁ । ଜନ୍ମଦିନର ଶୁଭେଚ୍ଛା ଗୀତା । ମୋର ପିଲାମାନେ ଜନ୍ମ ହେବା ପୂର୍ବରୁ ତୁମେ ମୋତେ ମାଆ ଭଳି ଭଲପାଉଥିଲ । ମୁଁ ତୁମକୁ ବହୁତ ଭଲ ପାଏ" ।
ଏହାର ଉତ୍ତରରେ ଗୀତା ଲେଖିଛନ୍ତି, ମାମା ମୁଁ ତୁମକୁ ବହୁତ ଭଲ ପାଏ । ଫରାହଙ୍କ ଫଟୋକୁ ଦେଖି ଅଭିନେତା ଅନିଲ ଲେଖିଛନ୍ତି, ତୁମେ ଦୁହେଁ ବହୁତ ସୁନ୍ଦର ଏବଂ ସେକ୍ସି ଦେଖାଯାଉଛ ।
ଏଥିସହ ଏହି ଫଟୋରେ ଅନିଲଙ୍କ ଝିଅ ତଥା ଅଭିନେତ୍ରୀ ସୋନମ ଲେଖିଛନ୍ତି, "ଆପଣ ଦୁହିଁଙ୍କୁ ବହୁତ ସାରା ଭଲ ପାଇବା । ଗୀତା ମ୍ୟାମ୍ ମୋର ପ୍ରଥମ ଗୀତକୁ କୋରିଓଗ୍ରାଫ୍ କରିଥିଲେ । ଜନ୍ମଦିନର ଶୁଭେଚ୍ଛା ।
ଗୀତା କପୁରଙ୍କୁ ଆଜି 46 ବର୍ଷ ହୋଇଛି । ଯେଉଁମାନେ ଗୀତାଙ୍କୁ ଭଲ ପାଆନ୍ତି କିମ୍ବା ସେମାନେ ତାଙ୍କୁ ଗୀତା ମାଆ ନାମରେ ଡାକନ୍ତି ।
ପ୍ରକାଶ ଥାଉ କି, ଗୀତା ମାତ୍ର 15 ବର୍ଷ ବୟସରେ ଫରାହ ଖାନଙ୍କ ଟିମରେ ଯୋଗ ଦେଇଥିଲେ । ଏହାପରେ ସେ ଫରାହଙ୍କ ସହ 'କୁଛ କୁଛ ହୋତା ହେ', 'ଦିଲ୍ ତୋ ପାଗଲ୍ ହେ', 'କଭି ଖୁସୀ କଭି ଗମ', 'ମୋହବତେ', 'କଲ୍ ହୋ ନା ହୋ', 'ଓମ୍ ଶାନ୍ତି ଓମ୍' ଭଳି ଅନେକ ଚଳଚ୍ଚିତ୍ରରେ ଏକାସହିତ କାମ କରିଛନ୍ତି ।
କେବଳ ଏତିକି ନୁହେଁ, ଗୀତା ଅନେକ ଚଳଚ୍ଚିତ୍ରରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ମଧ୍ୟ କାମ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ