ETV Bharat / sitara

ଫରାହ ହୋଷ୍ଟ କରିବେ ‘ଖତରୋଂ କେ ଖିଲାଡି’

author img

By

Published : Jul 24, 2020, 3:51 PM IST

ଫରାହ ଖାନଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ରୋହିତ ସେଟ୍ଟୀଙ୍କ ଆକ୍ସନଭରା ଶୋ ‘ଖତୋରେଂ କେ ଖିଲାଡି-ମେଡ ଇନ ଇଣ୍ଡିଆ’ର ହୋଷ୍ଟ କରୁଥିବାର ଆସିବେ ନଜର ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଟିଭିର ପପୁଲାର ରିୟାଲିଟି ଶୋ ‘ଖତରୋଂ କେ ଖିଲାଡି’ ଫିନାଲେ ଆଉ କିଛି ଦିନ ପରେ ହେବାକୁ ଯାଉଛି । ଏବେ ଶୁଣିବାକୁ ମିଳୁଛି ଯେ ଫିନାଲେ ପରେ ମଧ୍ୟ ମେକର୍ସ ଶୋକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି । ଯାହାପାଇଁ ମେକର୍ସ ସ୍ପେଶାଲ ଏଡିଶନ ‘ଖତରୋଂ କେ ଖିଲାଡି-ମେଡ ଇନ ଇଣ୍ଡିଆ’ର ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି । ହେଲେ ଏହାର ହୋଷ୍ଟ ପଦରେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଆଉ ନଜର ଆସିବେ ନାହିଁ । କାରଣ ତାଙ୍କ ସ୍ଥାନରେ ଫେମସ କୋରିଓଗ୍ରାଫର ତଥା ନିର୍ମାତା ଫରାହ ଖାନ ଦେଖାଯିବେ ।

ଫରାହ ‘ଖତରୋଂ କେ ଖିଲାଡି-ମେଡ ଇନ ଇଣ୍ଡିଆ’ର କିଛି ଏପିସୋଡ ହୋଷ୍ଟ କରିବେ । ସେହିପରି ଏହି ଶୋର ଅଂଶ ପ୍ରଥମ ସିଜନର ପ୍ରତିଯୋଗୀ କରନ ୱାହୀ, ରିତ୍ବିକ ଧନଜାନୀ, ହର୍ଷ, କରନ ପଟେଲ, ନିୟା ଶର୍ମା, ଜୟ ଭାନୁଶାଲୀ, ଜ୍ୟାସ୍ମିନ, ଅଲି ହେବ । ଏହି ପ୍ରତିଯୋଗୀଙ୍କ ହୋଷ୍ଟ ସାଜିବେ ଫରାହ ।

ପ୍ରକାଶ ଥାଉକି ରୋହିତ ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ହାଇଦ୍ରାବାଦ ଯିବେ। ଏଥି ନିମନ୍ତେ ସେ ମେକର୍ସଙ୍କୁ ଜାଣିଛନ୍ତି ଯେ ପ୍ରଥମ ଦୁଇ ଏପିସୋଡରେ ସାମିଲ ହୋଇପାରିବେ ନାହିଁ । ଯାହାଦ୍ବାରା ଫରାହଙ୍କୁ କିଛି ଏପିସୋଡରେ ସାମିଲ କରିବାକୁ ସ୍ତିର କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.