ନୂଆଦିଲ୍ଲୀ: ଆଜି ଅଭିନେତା ସୋନୁ ସୁଦଙ୍କ 47ତମ ଜନ୍ମଦିନ । ସେ ବଲିଉଡ ଏବଂ ଟଲିଉଡ ସବୁଥିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ଏହି ବିଶେଷଦିନରେ ତାଙ୍କୁ ସାରା ଦେଶ ଶୁଭେଚ୍ଛା ଜଣାଉଛି ।
ନିକଟରେ ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ ସୋନୁଙ୍କ ସହିତ ଏକ ସେଲଫି ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ସେଲଫିର କ୍ୟାପସନରେ ଫରାହ ଲେଖିଛନ୍ତି, ମୋର ବନ୍ଧୁ, ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା । ତୁମେ ସମସ୍ତ କଠିନ କାମକୁ ମଧ୍ୟ ସହଜରେ କରିଦିଅ । ମୁଁ ତୁମକୁ ବହୁତ ଭଲ ପାଏ । ତୁମର କାମ ଦ୍ବାରା ତୁମେ ଆମ ସମସ୍ତଙ୍କୁ ଗର୍ବିତ କରିଛ ।
ଫରାହଙ୍କ ପୋଷ୍ଟରେ ସୋନୁ ମନ୍ତବ୍ୟ ଦେଇଛନ୍ତି, ଲଭ୍ ୟୁ ଫରାହ ।
- " class="align-text-top noRightClick twitterSection" data="
">
ସୋନୁ, ଫରାହଙ୍କ 2014 ମସିହା ଚଳଚ୍ଚିତ୍ର 'ହାପି ନ୍ୟୁ ଇୟର'ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ବୋମନ ଇରାନୀ, ଭିଭାନ ଶାହା ଏବଂ ଜ୍ୟାକି ଶ୍ରଫଙ୍କ ଭଳି କଳାକାରମାନେ ମଧ୍ୟ ଅଭିନୟ କରିଥିଲେ ।
ପ୍ରକାଶ ଥାଉ କି, କରୋନାଭାଇରସ୍ ମହାମାରୀ ସଙ୍କଟ ମଧ୍ୟରେ ସୋନୁ ଗରିବ ଓ ଅସହାୟ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି । କେଉଁଠି ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଛନ୍ତି ତ ଆଉ କେଉଁଠି ଚାକିରୀ ହରାଇଥିବା ଯୁବପିଢିଙ୍କୁ ଚାକିରୀ ଯୋଗାଇଛନ୍ତି । ତାଙ୍କର ଏଭଳି ଏକ ମହାନତାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ।