ETV Bharat / sitara

କୋରୋନା ଭାଇରସ ଲଢେଇ: ସହଯୋଗ କଲେ ଫରାହଙ୍କ ଲାଡଲୀ

author img

By

Published : Apr 22, 2020, 7:35 AM IST

ଷ୍ଟାର୍ସଙ୍କ ପରେ ଏବେ ଷ୍ଟାର କିଡ ଦାନ କରିବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ପ୍ରଥମ ନାମ ଫରାହ ଖାନଙ୍କ ଝିଅ ଅନ୍ୟାଙ୍କର ସାମିଲ ହୋଇଛି।

_farah khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରାହ ଖାନ

ମୁମ୍ବାଇ: ଦେଶରେ ଏବେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି । ଏମିତି ପରିସ୍ଥିତିରେ ଜନସାଧାରଣ ନିଜ ନିଜ ଘରେ ରହି କୋରୋନା ଭାଇରସ ବିରୋଧରେ ଲଢୁଛନ୍ତି। ଏଯାବତ ଦେଶରେ 18 ହଜାରରୁ ଅଧିକ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଲେଣି। ସେହିପରି 590 ପାଖାପାଖି ଲୋକଙ୍କ ଜୀବନ ଚାଲିଗଲାଣି।

କୋରୋନା ଭାଇରସ ବିରୋଧରେ ବଲିଉଡ ଷ୍ଟାର୍ସ ମଧ୍ୟ ଯୋଗଦାନ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ଫେସମ କୋରିଓଗ୍ରାଫର ତଥା ନିର୍ମାତା ଫରାହ ଖାନଙ୍କ ଲାଡଲୀ ଅନ୍ୟା ଚର୍ଚ୍ଚାରେ ଆସିଛନ୍ତି।

କଥାଟି ହେଲା ଯେ କୋଭିଡ-19 ବିରୋଧର ଲଢେଇରେ ଏବେ ଷ୍ଟାର୍ସଙ୍କ ବ୍ୟତୀତ ଷ୍ଟାର କିଡ ମଧ୍ୟ ଯୋଗ ଦେଇଛନ୍ତି। ଫରାହଙ୍କ ଝିଅ ଅନ୍ୟା ସ୍କେଚ ତିଆରି କରି ଆୟ କରୁଥିବା ଟଙ୍କାକୁ କୋଭିଡ-19 ବିରୋଧରେ ଲଢେଇରେ ଦାନ କରୁଛନ୍ତି। ଏଯାବତ ସେ ଏକ ଲକ୍ଷ ଟଙ୍କା ଜମା କରିସାରିଲେଣି।

ଫରାହ ସୋସିଆଲ ମିଡିଆରେ ଅନ୍ୟାଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଅନ୍ୟା ସ୍କେଚ କରୁଥିବାର ନଜର ଆସୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.