ମୁମ୍ବାଇ: ଗତ ଗୁରୁବାର ଜନତା କର୍ଫ୍ୟୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯାହାକୁ ଗତ କାଲି(ରବିବାର) ଦେଶବାସୀ ପାଳନ କରୁଥିବାର ନଜର ଆସିଥିଲେ। ଏହି ଘୋଷଣା ସହ ମୋଦି ଲୋକଙ୍କୁ ଡାକ୍ତର, ନର୍ସ, ନଗର ଗିମନ କର୍ମଚାରୀ, ପୋଲିସକୁ ଧନ୍ୟବାଦ ଦେବା ପାଇଁ ନିଜ ନିଜ ଘରେ, ଥାଳି, ଶଙ୍ଖ ଓ ତାଳି ବଜାଇ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ହେଲେ କିଛି ଲୋକ ରାସ୍ତାକୁ ଓହ୍ଲାଇ ଥାଳି ବଜାଇ ରାଲି ବାହାର କରିଥିଲେ। ଯାହା ଉପରେ ଅସନ୍ତୋଷ ନଜର ଆସୁଛନ୍ତି ସେଲିବ୍ରିଟି।
ରିଚା ଚଡ୍ଡାଙ୍କ ପରେ ବିଶିଷ୍ଟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ତଥା ଡିଜାଇନର ଫରାହ ଖାନ ଅଲ୍ଲୀ ମଧ୍ୟ ରାଗ ଜାହିର କରି ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଡିଏମ ଓ ଏସପି ମିଶି ରାଲିରେ ବାହାରିଥିବାର ନଜର ଆସୁଛନ୍ତି।
ଭିଡିଓକୁ ସେୟାର କରି ଫରାହ ଲେଖିଛନ୍ତି, ‘ମତେ ଲଗୁଛି ଯେ କୋରୋନା ଭାଇରସ ଏମାନଙ୍କ ମଧ୍ୟରେ ଜଲଦି ବ୍ୟାପିବ। ଯିଏ ଘଣ୍ଟି ବଜାଇ, ଥାଳି ପିଟି ସେଲିବ୍ରେଶନ କରୁଛନ୍ତି। ମୁର୍ଖଙ୍କୁ ଆଇସୋଲେସନର ଅର୍ଥ ଜଣାନାହିଁ।’