ETV Bharat / sitara

ଟ୍ବିଟରରେ କଙ୍ଗନା-ଫରାହଙ୍କ ବାକ୍ ଯୁଦ୍ଧ - ଗାୟିକା ସୋନା ମହାପାତ୍ରଙ୍କ ସମର୍ଥନ

ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ରଙ୍ଗୋଲୀ ଚାନ୍ଦେଲ। ସୋସିଆଲ ମିଡିଆରେ ମୁହାଁମୁହିଁ କଙ୍ଗନା ରଣାୱତ ଓ ହ୍ରିତିକ ରୋଶନଙ୍କ ଶାଳି।

farah ali khan
ଡିଜାଇନ ଫଟୋ
author img

By

Published : Apr 19, 2020, 11:57 AM IST

ମୁମ୍ବାଇ: ରଙ୍ଗୋଲୀ ଚନ୍ଦେଲଙ୍କ ଟ୍ବିଟର ଆକାଉଣ୍ଟ ସସ୍ପେଣ୍ଡ ହେବା ପରଠୁ ବଲିଉଡରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି। ଏହି ମାମଲାରେ କିଏ ଠିକ୍ କିଏ ଭୁଲ କେହି ବୁଝିପାରୁନାହାଁନ୍ତି। ପ୍ରଥମେ ତାଙ୍କୁ ସପୋର୍ଟ କରିଥିଲେ ଗାୟିକା ସୋନା ମହାପାତ୍ର । ସେହିପରି ଶନିବାର ଦିନ ତାଙ୍କ ଭଉଣୀ ତଥା ଫେମସ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସମର୍ଥନ କରିଥିଲେ । ଆଉ ଭିଡିଓରେ କହିଥିଲେ ରଙ୍ଗୋଲୀ କୌଣସି ସମୁଦାୟଙ୍କୁ ଅପମାନ କରିନାହାଁନ୍ତି । କେବେଳ ହ୍ରିତିକ ରୋଶନଙ୍କ ଶାଳି ମିଛ ଅଭିଯୋଗ ଲଗାଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଫରାହ ଅଲ୍ଲୀ ଖାନ

ଏବେ ଏହି ମାମଲାରେ ହ୍ରିତିକ ରୋଶନଙ୍କ ଶାଳି ଫରାହ ଅଲ୍ଲୀ ଖାନ କଙ୍ଗନାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟରରେ ଏକ ଲମ୍ବା ପୋଷ୍ଟ ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ସେ ଲେଖିଛନ୍ତି, ‘ରଙ୍ଗୋଲୀ ଟ୍ବିଟରେ ନାଜି ଶବ୍ଦର ବ୍ୟବହହାର କରିଥିଲେ । ସେ ମୁଲ୍ଲା ଓ ସେକୁଲାର ମିଡିଆକୁ ଗୁଳି ମାରିବାକୁ ମଧ୍ୟ କହିଥିଲେ। ମୋର ରଙ୍ଗୋଲୀଙ୍କ ସହ କୌଣସି ବ୍ୟକ୍ତିଗତ ଲଢେଇ ନାହିଁ । ସେ ଜଣେ ଏସିଡ ପୀଡିତା ଏବଂ ନିଜକୁ ସାମାଜିକ କର୍ମୀ କହୁଛନ୍ତି । ଏଥି ନିମନ୍ତେ ସେ ନିଜ ଟ୍ବିଟ ପ୍ରତି ଅଧିକ ସାବଧାନ ହେବାର ଆବଶ୍ୟକ ଅଛି। କୌଣସି ଏକ ସମୁଦାୟ ବିରୋଧରେ ଘୃଣା ବିସ୍ତାର କରିବା ଭୁଲ କଥା । ଆଶା କରୁଛି ସେ ନିଜ ଭୁଲ ବୁଝିପାରିବେ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.