ମୁମ୍ବାଇ: ସୋମବାର 30 ବର୍ଷରେ ପାଦ ଦେଇଛନ୍ତି ବଲିଉଡ ହଟ୍ ଦିଭା କ୍ରିତି ସାନନ । ଏହି ଅବସରରେ ତାଙ୍କୁ ଛୁଟିଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ତେବେ ଏହି ସମସ୍ତ ଶୁଭେଚ୍ଛା ମଧ୍ୟରେ ଫ୍ୟାନ୍ସଙ୍କୁ ଆକର୍ଷିତ କରିଛି ଆକ୍ସନ ହିରୋ ଟାଇଗର ଶ୍ରଫଙ୍କ ୱିସ୍ ।
ପ୍ରକାଶ ଥାଉ କି ଉଭୟ ଏକାଠି ସାଜିଦ ନାଡିଆଡୱାଲା ବ୍ୟାନର ଅଧୀନରେ ହିରୋପନ୍ତିରେ ଡେବ୍ୟୁ କରିଥିଲେ । ବଲିଉଡର ପ୍ରଥମ ଫିଲ୍ମରେ ଉଭୟଙ୍କ ଯୋଡିକୁ ପସନ୍ଦ କରିଥିଲେ ଦର୍ଶକ । ଏହି ଆକ୍ସନ ଲଭଷ୍ଟୋରୀରେ କ୍ରିତିଙ୍କ କ୍ୟାରେକ୍ଟରର ନାମ ଥିଲା ଡିମ୍ପି । ଆଉ ସୋମବାର ନିଜ ଡିମ୍ପିଙ୍କୁ ୱିସ୍ କରିଛନ୍ତି ଟାଇଗର । ଇନଷ୍ଟାଗ୍ରାମରେ ସେ କ୍ରିତିଙ୍କ କ୍ୟାରିୟରରେ ସଫଳତା ନେଇ ଆଶା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ବର୍ଥ ଡେ ୱିସ୍ କରିଛନ୍ତି ।
ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଉଭୟଙ୍କ ଫ୍ୟାନ୍ସ ଏକ୍ସସାଇଟେଡ୍ ଅଛନ୍ତି । ଯଦିଚ ହିରୋପନ୍ତି ପରେ ଉଭୟ କୌଣସି ଫିଲ୍ମରେ ଆକ୍ଟିଂ କରିନାହାନ୍ତି ଏବଂ କେବଳ ଗୋଟିଏ ଭିଡିଓରେ କାମ କରିଛନ୍ତି । ତଥାପି ଫ୍ୟାନ୍ସ ଆଶା କରିଛନ୍ତି ଯେ ଉଭୟଙ୍କୁ ଖୁବଶିଘ୍ର ଏକାଠି ପୁଣି ଦେଖିବାକୁ ମିଳିବ । କିଛି ପ୍ରଶଂସକ ମଧ୍ୟ ଉଭୟଙ୍କ ଫଟୋ ସେୟାର କରି ହିରୋପନ୍ତି ଟୁ କଥା ଉଲ୍ଲେଖ କରିଛନ୍ତି ।
ଗତ ଫେବୃୟାରୀରେ ହିରୋପନ୍ତି ଟୁ ନେଇ ପ୍ରଯୋଜକ ସାଜିଦ ଘୋଷଣା କରିଥିଲେ । ଏଥିରେ ଲିଡ୍ ରୋଲରେ ଟାଇଗର ରହିଛନ୍ତି । ତେବେ ଫିମେଲ ଲିଡ୍ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଫ୍ୟାନ୍ସ ଆଶା ରଖିଛନ୍ତି ଯେ ଏଥିରେ ପୁଣି କ୍ରିତି କମବ୍ୟାକ କରିବେ ଏବଂ ଉଭୟଙ୍କ ଯୋଡି ଆଉଥରେ ଧମାଲ ମଚାଇବେ । ଏଥିପାଇଁ ସୋସିଆଲ ମିଡିଆରେ ଦାବି କରିବା ସହ ଉଭୟଙ୍କ ନାମରେ ହ୍ୟାସଟାଗ୍ ମଧ୍ୟ ଆରମ୍ଭ ହୋଇଗଲାଣି ।
ନିକଟରେ ଟାଇଗର ଓ କ୍ରିତିଙ୍କ ମଜାଦାର କମେଣ୍ଟ ମଧ୍ୟ ଏହି ନିଆଁରେ କିଛି ଘିଅ ଢାଳିଛି । ଏକ ସାକ୍ଷାତକାରରେ ଟାଇଗର କହିଥିଲେ ଯେ ସେ ପୁଣି କ୍ରିତିଙ୍କ ସହ କାମ କରିବାକୁ ଆଗ୍ରହୀ । ହେଲେ ଏବେ କ୍ରିତି ଜଣେ ସୁପରଷ୍ଟାର ଏବଂ ତାଙ୍କ ସହ କାମ କରିବା କଷ୍ଟକର ହୋଇପଡିବ । ଏହାର ଜବାବରେ ପାନିପତ୍ ହିରୋଇନ କହିଥିଲେ ଯେ ଯିଏ ନିଜେ ଶହେ କୋଟିର ଫିଲ୍ମ କରୁଛି ସେ ତାଙ୍କୁ ସୁପରଷ୍ଟାର କହୁଛି । ବହୁତ ଦିନ ହେଲା ଟାଇଗର ସହ କାମ କରିନି ଏବଂ ଆଉ ଏକ ଫିଲ୍ମ କରିବା ପାଇଁ ଆଗ୍ରହୀ ଅଛି । ଏବେ ଦେଖିବାକୁ ବାକି ରହିଲା ହିରୋପନ୍ତି ଟୁରେ ଟାଇଗର-କ୍ରିତି ଯୋଡି କମବ୍ୟାକ କରୁଛି ନା କିଏ ନୂଆ ହିରୋଇନ ଆସୁଛି ।
ଡିମ୍ପିଙ୍କୁ ଟାଇଗରଙ୍କ ବର୍ଥଡେ ୱିସ, ‘ହିରୋପନ୍ତି ଟୁ’ ନେଇ ଫ୍ୟାନ୍ସ ଏକ୍ସସାଇଟେଡ୍ - ସାଜିଦ ନାଡିଆଡୱାଲା ବ୍ୟାନର ଅଧୀନରେ ହିରୋପନ୍ତିରେ ଡେବ୍ୟୁ
30 ବର୍ଷରେ ପାଦ ଦେଇଛନ୍ତି ବଲିଉଡ ହଟ୍ ଦିଭା କ୍ରିତି ସାନନ । ଆକ୍ସନ ହିରୋ ଟାଇଗର ଶ୍ରଫ ତାଙ୍କ ୱିସ୍ କରିଛନ୍ତି । ଅଧିକ ପଢନ୍ତୁ...
![ଡିମ୍ପିଙ୍କୁ ଟାଇଗରଙ୍କ ବର୍ଥଡେ ୱିସ, ‘ହିରୋପନ୍ତି ଟୁ’ ନେଇ ଫ୍ୟାନ୍ସ ଏକ୍ସସାଇଟେଡ୍ ଡିମ୍ପିଙ୍କୁ ଟାଇଗରଙ୍କ ବର୍ଥଡେ ୱିସ, ହିରୋପନ୍ତି ଟୁ ନେଇ ଫ୍ୟାନ୍ସ ଏକ୍ସସାଇଟେଡ୍](https://etvbharatimages.akamaized.net/etvbharat/prod-images/768-512-8189757-953-8189757-1595853495339.jpg?imwidth=3840)