ETV Bharat / sitara

କୋରୋନା କବଳରେ ବାପ୍ପି ଲେହରୀ - ଲୋକପ୍ରିୟ ସଙ୍ଗୀତ କମ୍ପୋଜର ବାପ୍ପି ଲହରୀଙ୍କ ନ୍ୟୁଜ

ପୁଣି କୋରୋନା ସଂକ୍ରମିତ ହେଲେ ଆଉ ଜଣେ ସେଲିବ୍ରିଟି । ବିଶିଷ୍ଟ ସଙ୍ଗୀତକାର ବାପ୍ପି ଲେହରୀଙ୍କ ପରିବାର ଦେଲେ ସୂଚନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 1, 2021, 7:20 AM IST

ମୁମ୍ବାଇ: ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥର ଏହା କବଳରେ ଲୋକପ୍ରିୟ ସଙ୍ଗୀତ କମ୍ପୋଜର ତଥା ଗାୟକ ବାପ୍ପି ଲେହରୀ । ତାଙ୍କୁ ନେଇ ସାମ୍ନାକୁ ଆସିଛି ଏହି ନୈରାଶ୍ୟଜନକ ଖବର । ଏହାର ସୂଚନା ଦେଇଛନ୍ତି ତାଙ୍କ ଝିଅ ରାମା ଲହରୀ ଭଂସଲ । ସେ ଏକ ଷ୍ଟେଟମେଣ୍ଟ ଜାରି କରି ସମସ୍ତଙ୍କୁ ପିତାଙ୍କ କୋରୋନା ପଜିଟିଭ କଥା କହିଛନ୍ତି ।

ସେହିପରି ସେ ଷ୍ଟେଟମେଣ୍ଟରେ ଲେଖିଛନ୍ତି, ‘ବାପ୍ପି ଦା ବହୁତ ସତର୍କତା ଅବଲମ୍ବନ କରିଛନ୍ତି କିନ୍ତୁ ସାମାନ୍ୟ କୋଭିଡ ଲକ୍ଷଣ ସହିତ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ହେତୁ ସତର୍କତାମୂଳକ ପଦକ୍ଷେପ ଭାବରେ ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଡାକ୍ତର ଉଦୱାଡିଆଙ୍କ ଚିକିତ୍ସାରେ ଭର୍ତ୍ତି କରାଯାଇଛି। ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ। ତାଙ୍କୁ ସର୍ବଦା ତୁମର ପ୍ରାର୍ଥନାର ଆବଶ୍ୟକ ଅଛି ।’

ଏହାସହ ତାଙ୍କ ପରିବାର ଗାୟକଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବରେ କୋରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.