ମୁମ୍ବାଇ: ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଶନିବାର ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ବାରା ଗିରଫ ହୋଇଥିବା ଧର୍ମା ପ୍ରଡକ୍ସନ୍ସର କ୍ଷିତିଜ ରବି ପ୍ରସାଦଙ୍କୁ ଅକ୍ଟୋବର 6 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ପଚରାଉଚରା କରିବା ପରେ ପ୍ରସାଦଙ୍କୁ ଏନସିବି ଗିରଫ କରିଥିଲା ।
ଏନସିବି କୋର୍ଟଙ୍କୁ କହିଥିଲେ ଯେ, ପ୍ରସାଦ ଅନ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କ ଠାରୁ ଡ୍ରଗ୍ସ କିଣିଛନ୍ତି ।
ଓକିଲ ଅତୁଲ ସରପଣ୍ଡେ କହିଛନ୍ତି, ସ୍ବତନ୍ତ୍ର ଏନଡିପିଏସ କୋର୍ଟ ପ୍ରସାଦଙ୍କୁ ଶନିବାର ଅକ୍ଟୋବର 6 ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛନ୍ତି ।
ଏନସିବି ପୂର୍ବରୁ ଏହି ମାମଲାରେ ରିଆ ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା, ସୁଶାନ୍ତଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ ସାୱନ୍ତ ଏବଂ ଅନ୍ୟ 16 ଜଣଙ୍କୁ ଗିରଫ କରିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ