ମୁମ୍ବାଇ: ଲକଡାଉନ ପାଇଁ ସୋସିଆଲ ମିଡିଆକେ ଖୁବ୍ ସକ୍ରିୟ ହୋଇଯାଇଛନ୍ତି ଇଶା ଗୁପ୍ତା । ସେ ନିଜ ଦୈନିକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପ୍ରଶଂସକ ସହ ସମ୍ପୃକ୍ତ ରହୁଛନ୍ତି। ଇତିମଧ୍ୟରେ ସେ ନିଜ ନିଜ ରିଲେସନଶିପ ବିଷୟରେ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଆଉ ନିଜ ବୟଫ୍ରେଣ୍ଡ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ସେ କିଛି ଦିନରୁ ସ୍ପେନିସ ବିଜନେସମ୍ୟାନକୁ ଡେଟ କରିଆସୁଛନ୍ତି ।
- " class="align-text-top noRightClick twitterSection" data="
">
ସେ ବୟଫ୍ରେଣ୍ଡଙ୍କ ସହ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ତେ ଆମୋ ମୁଛୋ ମିଁ ଆମୋର।’ ଏହାର ଅର୍ଥ ହେଲା ‘ମୁଁ ତୁମକୁ ବହୁତ ପ୍ରେମ କରୁଛି। ତୁମେ ମୋ ପ୍ରେମ’। ଫଟୋରେ ଦୁଇଜଣ ବ୍ଲାକ ଆଉଟଫିଟରେ ନଜର ଆସୁଛନ୍ତି ।
ଇଶାଙ୍କ ଏହି ଫଟୋକୁ ଏଯାବତ 1 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଫଟୋରେ କମେଣ୍ଟ କରି ତାଙ୍କୁ ଶୁଭକାମନା ଜଣାଇବାରେ ଲାଗିଛନ୍ତି ଫ୍ୟାନ୍ସ।