ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଏଲି ଅବରାମ ଆଜିକାଲି ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏଲି ଅବରାମ ବୁଲିବାକୁ ବହୁତ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହୁଥିବା ଏଲି ମାଳଦ୍ବୀପରୁ ତାଙ୍କର ଫଟୋ ସେୟାର କରୁଛନ୍ତି ।
ଆଜିକାଲି ସେଲିବ୍ରିଟିମାନଙ୍କ ବୁଲିବା ପାଇଁ ମାଳଦ୍ବୀପ ଏକ ପ୍ରିୟ ସ୍ଥାନ ପାଲଟିଛି ।
- " class="align-text-top noRightClick twitterSection" data="
">
ଏଲି ଏବେ ମାଳଦ୍ବୀପର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଛନ୍ତି ଏବଂ ପ୍ରଶଂସକମାନଙ୍କ ସହିତ ଗୋଟିଏ ପରେ ଗୋଟିଏ ସୁନ୍ଦର ଫଟୋ ସେୟାର କରୁଛନ୍ତି ।
ଶନିବାର, ଏଲି ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ପିଙ୍କ ବିକିନି ପିନ୍ଧି ସମୁଦ୍ର କୂଳରେ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଫଟୋ ସହିତ ଏଲି କ୍ୟାପସନରେ ଲେଖିଛନ୍ତି ଯେ, ମୁଁ କେଉଁଠାରେ ଜନ୍ମ ହୋଇଛି ତାହା ପାଣି କହୁଛି । ହଁ, ଠିକ୍ ଅଛି, ମୁଁ ଜାକୁଜିରେ ଜନ୍ମଗ୍ରହଣ କରିଛି ।
ଏହାପୂର୍ବରୁ ଅଭିନେତ୍ରୀ ସୁଇମିଂ ପୁଲରୁ ତାଙ୍କର ଏକ ଫଟୋ ସେୟାର କରିଥିଲେ । ଯେଉଁଠାରେ ତାଙ୍କୁ ଚମତ୍କାର ଖାଦ୍ୟ ଉପଭୋଗ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେ କ୍ୟାପସନରେ ଲେଖିଛନ୍ତି - 'ଭଲ ଖାଅ, ଭଲରେ ପହଁର' ।
ଏଲିଙ୍କ ସହ ମାଳଦ୍ବୀପ ଟ୍ରିପରେ ତାଙ୍କର ଫିଟନେସ୍ ଟ୍ରେନର ଏବଂ ତାଙ୍କର ବନ୍ଧୁ ଡିଏନେ ପାଣ୍ଡେ ମଧ୍ୟ ଯାଇଛନ୍ତି ।
ଏଲିଙ୍କ ପୂର୍ବରୁ ତାପସୀ ପନ୍ନୁ ଏବଂ ନେହା ଧୁପିଆଙ୍କ ପରି ବହୁ ଅଭିନେତ୍ରୀମାନେ ମଧ୍ୟ ଛୁଟିରେ ମାଳଦ୍ବୀପ ଟ୍ରିପରେ ଯାଇଥିଲେ ଏବଂ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଥିଲେ ।
ପ୍ରକାଶ ଥାଉ ଯେ,ଏଲିଙ୍କୁ ଶେଷଥର ପାଇଁ ଚଳଚ୍ଚିତ୍ର ଥିଲା ମଲଙ୍ଗରେ ଦେଖିବାକୁ ମିଳିଥିଲା ।