ETV Bharat / sitara

କରୋନା ଭାଇରସ ସତର୍କତା: ବନ୍ଦ ହେଲା ଏକତାଙ୍କ ପ୍ରଡକ୍ସନ ହାଉସ କାମ

ନିକଟରେ କୋରୋନା ଭାଇରସ ଆତଙ୍କ ପାଇଁ ଅକ୍ଷୟ କୁମାର ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସୂର୍ଯ୍ୟଂବଶୀ’ ରିଲିଜ ତାରିଖ ଘୁଞ୍ଚାଇ ଦେଇଥିଲେ। ଆଉ ଏବେ ଏକତା କପୁରଙ୍କ ପ୍ରଡକ୍ସନ ହାଉସର କାମକୁ ସ୍ଥଗିତ ରଖାଯାଇଛି।

ekta kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
author img

By

Published : Mar 18, 2020, 12:20 PM IST

ମୁମ୍ବାଇ: କୋରୋନା ଭାଇରସ ଭୟ ପାଇଁ ଦେଶରେ ମଲ, ସିନେମା ହଲ, ଜିମ ଓ ସ୍ବିମିଂପୁଲ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ଏମିତି ପରିସ୍ଥିତି ଦେଖିବାକୁ ମିଳୁଛି ଯାହା ପୂର୍ବରୁ କେବେ ମଧ୍ୟ କେହି ଦେଖିନଥିଲେ। ଅନେକ ଫିଲ୍ମର ସୁଟିଂ, ବଡ ବଡ ଇଭେଣ୍ଟକୁ ରଦ୍ଦ କରାଯାଉଛି। ଇତିମଧ୍ୟରେ ଫେମସ ନିର୍ମାତା ଏକତା କପୁରଙ୍କ ପ୍ରଡକ୍ସନ ହାଉସ ବାଲାଜୀରେ କାମ ଉପରେ ରୋକ ଲଗାଯାଇଛି।

ଏତେ ବର୍ଷ ମଧ୍ୟରେ ପ୍ରଥମଥର ଏମିତି ହୋଇଛି ଯେ ଏକତାଙ୍କ ବାଲାଜି ଟେଲିଫିଲ୍ସମ ଲିମିଡେଟ, ବାଲାଜୀ ମୋଶନ ପିକଚର, ଅଲ୍ଟ ବାଲାଜୀକୁ ବନ୍ଦ କରିବାକୁ ପଡିଛି। କୋରୋନା ଭାଇରସ ଭୟରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି।

ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘ଆମର ଏଠାରେ କାମ କରୁଥିବା ଲୋକଙ୍କ ସୁରକ୍ଷା ସବୁଠୁ ବଡ ପ୍ରାଥମିକତା। କୋରୋନାର ବଢୁଥିବା ପ୍ରକୋପ ମଧ୍ୟରେ ବାଲାଜୀ ଟେଲିଫିଲ୍ମସ ଲିମିଟେଡ, ବାଲାଜୀ ମୋଶନ ପିକଚର, ଅଲ୍ଟ ବାଲାଜୀରେ ସବୁ କାମକୁ ବନ୍ଦ କରାଯାଉଛି। ’ଏହାସହ ସେ ଫ୍ୟାନ୍ସଙ୍କୁ ଏହି ଭାଇରସରୁ ସାବଧାନ ରହିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.