ETV Bharat / sitara

ଲକଡାଉନ ଇଫେକ୍ଟ: ଏକତା କାଟିବେ କର୍ମଚାରୀଙ୍କ ଦରମା

author img

By

Published : Apr 23, 2020, 1:04 AM IST

ପୁଣି ଏକତା କପୁରଙ୍କ ବଡ ନିଷ୍ପତ୍ତି। ଯାହାକୁ ନେଇ ଚିନ୍ତିତ ବାଲାଜି ପ୍ରଡକ୍ସନ ହାଉସର କର୍ମଚାରୀ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: କୋରୋନା ଭାଇରସ ପାଇଁ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ନେଇ ଟିଭି ଇଣ୍ଡଷ୍ଟ୍ରୀର ସବୁ କାର୍ଯ୍ୟ ଠପ । ଏହି ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସେଲିବ୍ରିଟି ସଚେତନା ବାର୍ତ୍ତା ଦେବା ସହ କୋଟି କୋଟି ଟଙ୍କା ଦାନ ମଧ୍ୟ କରିସାରିଲେଣି । ନିକଟରେ ନିର୍ମାତା ଏକତା କପୁର ଏପରି ସ୍ଥିତିରେ ନିଜ ପ୍ରଡକ୍ସନ କମ୍ପନୀରେ କାମ କରୁଥିବା ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ପ୍ରଶଂସା ଯୋଗ୍ୟ କାମ କରିଥିଲେ ।

ସେ ଟ୍ବିଟରେ ଘୋଷଣା କରିଥିଲେ ଯେ ଏବର୍ଷ ସେ ନିଜ ଦରମା ନେବେ ନାହିଁ । ତାଙ୍କର ଏପରି ପଦକ୍ଷେପର ଖୁବ ପ୍ରଶଂସା କରାଯାଇଥିଲା । ହେଲେ ଏବେ ଶୁଣିବାକୁ ମିଳୁଛି ଯେ ବାଲାଜି ଷ୍ଟୁଡିଓରେ କାମ କରୁଥିବା କର୍ମଚାରୀଙ୍କ ଦରମାରେ ହ୍ରାସ କରାଯିବ। ଯାହାକୁ ନେଇ ଚିନ୍ତିତ ସବୁ କର୍ମଚାରୀ ।

ପ୍ରକାଶ ଥାଉକି କର୍ମଚାରୀଙ୍କ ଦରମାରେ ତିନି ମାସ ପର୍ଯ୍ୟନ୍ତ 20ରୁ 50 ପ୍ରତିଶତ ହ୍ରାସ କରାଯିବ । ଯିଏ ଯେତେ ଅଧିକ ଦରମା ପାଉଛନ୍ତି ସେହି ହିସାବରେ ସେମାନଙ୍କର ଦରମା କଟା ହେବ।

ସେହିପରି 12 ଲକ୍ଷ ଟଙ୍କା ପ୍ୟାକେଜ ଲୋକଙ୍କ ଦରମାରେ 20 ପ୍ରତିଶତ ହ୍ରାସ କରାଯିବା ବେଳେ 12 ଲକ୍ଷରୁ 36 ଲକ୍ଷ ପ୍ୟାକେଜ ପାଉଥିବା ଲୋକଙ୍କ ଦରମା 25 ପ୍ରତିଶତ କଟାଯିବ ।

ଅନ୍ୟପଟେ 36 ଲକ୍ଷରୁ 60 ଲକ୍ଷ ମଧ୍ୟରେ ପାଇଥିବା ପ୍ୟାକେଜ ପାଇଁ 30 ପ୍ରତିଶତ ଦରମା ହ୍ରାସ ପାଇବ । ଆଉ 60 ଲକ୍ଷରୁ ଅଧିକ ଦରମା ପାଇଥିବା ଲୋକ ତିନି ମାସ ପର୍ଯ୍ୟନ୍ତ ଅଧା ଦରମା ନେବେ । କାରଣ ସେମାନଙ୍କ 50 ପ୍ରତିଶତ ହ୍ରାସ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.