ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ତଦନ୍ତ କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ବୁଧବାର ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କୁ ଡକାଇଛି ।
ଜଣେ ବରିଷ୍ଠ ଇଡି ଅଧିକାରୀ କହିଛନ୍ତି ଯେ, ଏଜେନ୍ସି ସାହାଙ୍କୁ ପୂର୍ବରୁ ମଧ୍ୟ ପଚରାଉଚରା କରିଥିଲା ଏବଂ ବର୍ତ୍ତମାନ ତାଙ୍କୁ ପୁନର୍ବାର ଡକାଯାଇଛି । ବାସ୍ତବରେ, ଇଡି ଡ୍ରଗ୍ ଡିଲିଂ ବିଷୟରେ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ।
ରିୟା ଏବଂ ସାହାଙ୍କ ଚାଟ୍ ଲିକ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି ।
ସାହା କ୍ୱୋନ୍ ଟ୍ୟାଲେଣ୍ଟ ଏଜେନ୍ସିର କସ୍ୟୁଲେଣ୍ଟ ଥିଲେ ଏବଂ ସେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ମଧ୍ୟ ଥିଲେ।
ଡ୍ରଗ୍ ଡିଲିଂ ବିଷୟରେ ଅନୁଧ୍ୟାନ କରିବା ପାଇଁ ଇଡି ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ରୁ ସାହାଯ୍ୟ ମାଗିଛି ।
ଇଡି ରିୟାଙ୍କ ଫୋନ୍ ଏବଂ ଅନ୍ୟାନ୍ୟ ଇଲୋଟ୍ରୋନିକ୍ସ ଉପକରଣ ଜବତ କରିସାରିଛି ।
ଇଡି ଏପର୍ଯ୍ୟନ୍ତ ରିୟା, ତାଙ୍କ ପିତା ଇନ୍ଦ୍ରଜିତ୍, ଭାଇ ଶୋଭିକ୍ ଏବଂ ତାଙ୍କ ସିଏ ଶ୍ରୁତି ମୋଦୀଙ୍କ ବୟାନ ରେକର୍ଡ କରିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ