ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅଭିନେତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ ଡକାଇ ମନି ଲଣ୍ଡରିଂ ମାମଲାରେ ତଦନ୍ତ ବୃଦ୍ଧି କରିଛି ।
ଇଡି ସୂତ୍ର ଅନୁଯାୟୀ, ଫାଇନାସିଆଲ ଇଭେଷ୍ଟିକେସନ ଏଜେନ୍ସି ସୁଶାନ୍ତଙ୍କ ରୋଷେୟା, ଡ୍ରାଇଭର ଏବଂ ବଡିଗାର୍ଡଙ୍କୁ ପଚରାଉଚରା ପାଇଁ ଡକାଇଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ସେମାନଙ୍କୁ ଗୁରୁବାର ଏଜେନ୍ସି ଆଗରେ ହାଜର ହେବାକୁ କୁହାଯାଇଛି ।
ଗତ ଏକ ବର୍ଷ ମଧ୍ୟରେ ସୁଶାନ୍ତଙ୍କୁ କିଏ କିଏ ଭେଟିଥିଲେ, ତାଙ୍କ ଘରେ କେଉଁ ସବୁ ମିଟିଂଙ୍ଗ ହୋଇଥିଲା ଏବଂ ଏଥିରେ କ’ଣ ଘଟିଥିଲା ସେ ବିଷୟରେ ଇଡି ଜାଣିବାକୁ ଚାହୁଁଛନ୍ତି ।
ବିହାର ପୋଲିସର ଏଫଆଇଆର ଆଧାରରେ ଇଡି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଜୁଲାଇ 31 ରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।
ଏହି ପରିପ୍ରେକ୍ଷୀରେ, ଇଡି ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ, ଗର୍ଲଫ୍ରେଣ୍ଡ ରିୟା, ତାଙ୍କ ପିତା ଇନ୍ଦ୍ରଜିତ୍, ଭାଇ ଶୋଭିକ୍, ପୂର୍ବତନ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ, ସୁଶାନ୍ତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡା, ଅଭିନେତାଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧର ଏବଂ ସିଏ ରିତେଶ ଶାହାଙ୍କ ବୟାନ ରେକର୍ଡ କରିଛନ୍ତି ।