ETV Bharat / sitara

ରିଆଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଇଡି, ମୁମ୍ବାଇରେ ଅଛି 84 ଲକ୍ଷର ଫ୍ଲାଟ - ମୁମ୍ବାଇର ଖାରରେ ଏକ ଫ୍ଲାଟ କିଣିଥିଲେ ରିଆ

ମୁମ୍ବାଇର ଖାରରେ ଏକ ଫ୍ଲାଟ କିଣିଥିଲେ ରିଆ । ଯାହାର ମୂଲ୍ୟ 84 ଲକ୍ଷ ଟଙ୍କା । ଇଡି ହାତରେ ଲାଗିଲା ଏହାର ସମ୍ପୂର୍ଣ୍ଣ ବିବରଣୀ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
author img

By

Published : Aug 7, 2020, 7:54 PM IST

ମୁମ୍ବାଇ: ଶୁକ୍ରବାର ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ନିଜ ବୟାନ ଦେବାକୁ ପହଞ୍ଚିଥିଲେ। ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ ବିହାରରେ ରିଆଙ୍କ ବିରୋଧରେ ମନି ଲଣ୍ଡରିଂ କେସ କରି ଏଫଆଇଆର ରୁଜୁ କରିଥିଲେ । ସେହିପରି ରିଆଙ୍କ ତିନୋଟି ସମ୍ପତ୍ତି ମଧ୍ୟରୁ ଗୋଟିଏ ପ୍ରପର୍ଟି ମୁମ୍ବାଇର ଖାର ଅଞ୍ଚଳରେ ରହିଛି । ଯାହା 322 ବର୍ଗଫୁଟର 1 ବିଏଚକେ ଫ୍ଲାଟ । ଆଉ ଏହାର ମୂଲ୍ୟ 73 ଲକ୍ଷ । ଜିଏସଟି ଷ୍ଟାମ୍ପ ଡ୍ୟୁଟି ଏବଂ ଅନ୍ୟ ଚାର୍ଜ ଅନ୍ତର୍ଭୁକ୍ତ କରି ତାଙ୍କର ଏହି ଫ୍ଲାଟର ସମୁଦାୟ ମୂଲ୍ୟ 84 ଲକ୍ଷ ଟଙ୍କା ।

ଫ୍ଲାଟର ବୁକିଂ ରିଆ 2018ରେ 51 ହଜାର ଟଙ୍କାରେ ବୁକ କରିଥିଲେ । ଏହାର ରେଜିଷ୍ଟ୍ରେଶନ ବର୍ଷ ମଧ୍ୟ 2018 । ଆରମ୍ଭରେ ରିଆ 10 ପ୍ରତିଶତ ପେମେଣ୍ଟ କରିଥିଲେ । ଆଉ ଆଗାମୀ ସ୍ଲେଭ ୱାଇଜ ପେମେଣ୍ଟ କରିଥିଲେ । ଫ୍ଲାଟ ପାଇଁ ଏଚଡିଏଫସି ବ୍ୟାଙ୍କରୁ 60 ଲକ୍ଷ ହୋମ ଲୋନ ନେଇଥିଲେ । ଆଉ ଅବଶିଷ୍ଟ ପେମେଣ୍ଟ ନିଜ ହାତରୁ କରିଥିଲେ ।

ପ୍ରକାଶ ଥାଉକି ଫ୍ଲାଟର ଡକ୍ୟୁମେଣ୍ଟରେ ରିଆଙ୍କ ସହ ତାଙ୍କ ମା' ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ନାମ ନୋମିନି ରୂପେ ରଖାଯାଇଛି । ଫ୍ଲାଟ ବୁକିଂ କରିବା ପାଇଁ ରିଆ ଦୁଇଥର ବିଲଡର ଅଫିସକୁ ଯାଇଥିଲେ । ତାଙ୍କ ବାପା-ମା' ମଧ୍ୟ ଫ୍ଲାଟ ଦେଖିବାକୁ ଯାଉଥିଲେ । ରିଆଙ୍କ ବ୍ୟତୀତ ଇଡି ଶୀଘ୍ର ଏହି ସମ୍ପତ୍ତି ବିଷୟରେ ଜାଣିବା ପାଇଁ ବିଲଡରର ବୟାନ ମଧ୍ୟ ରେକର୍ଡ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.