ETV Bharat / sitara

ନେଟଫ୍ଲିକ୍ସରେ ରିଲିଜ ହେବ ସୁଶାନ୍ତଙ୍କ ଫିଲ୍ମ ? ଜାଣନ୍ତୁ କାରଣ

author img

By

Published : Sep 25, 2019, 11:04 PM IST

ପ୍ରଥମଥର ନିଜର ଆଗାମୀ ଫିଲ୍ମରେ ନ୍ୟୁଡ ସିନ କରୁଥିବାର ନଜର ଆସିବେ ସୁଶାନ୍ତ ସିଂ ରାଜପୁତ । ଯାହା ନେଟଫ୍ଲିକ୍ସରେ ରିଲିଜ ହେବ । ଫିଲ୍ମର ନିର୍ମାଣ କରୁଛନ୍ତି କରନ ଜୋହର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜର ଆଗାମୀ ଫିଲ୍ମ ‘ଡ୍ରାଇଭ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ଫର୍ଣ୍ଣାଡିଜ । ନିକଟରେ ଫିଲ୍ମକୁର ଘୋଷଣା କରାଯାଇଥିଲା । ସିନେମାଘରେ ନୁହେଁ ବରଂ ଭିଡିଓ ଷ୍ଟ୍ରିମିଂ ଆପ ନେଟଫ୍ଲିକ୍ସରେ ଫିଲ୍ମଟିକୁ ରିଲିଜ କରାଯିବ । ଏହାର ସୂଚନା ଫ୍ୟାନ୍ସଙ୍କୁ ନିର୍ମାତା କରନ ଜୋହର ଟ୍ବିଟରେ ଦେଇଥିଲେ ।

ଇତିମଧ୍ୟରେ ଫିଲ୍ମଟିକୁ ନେଟଫ୍ଲିକ୍ସରେ ରିଲିଜ କାହିଁକି କରାଯିବ ତାହା ନେଇ ଏକ କାରଣ ସାମ୍ନାକୁ ଆସିଛି । କଥାଟି ହେଲା କି ‘ଡ୍ରାଇଭ’ରେ ସୁଶାନ୍ତଙ୍କ ଏକ ନ୍ୟୁଡ ସିନ ଅଛି । ଏପରି ସିନରେ ପ୍ରଥମଥର ରୋଲ କରିବେ ସୁଶାନ୍ତ । ଏହି କାରଣ ପାଇଁ ଯଦି ଫିଲ୍ମକୁ ସିନେମାଘରେ ରିଲିଜ କରାଯିବ ତେବେ ଷ୍ଟେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ (CBFC) ଆପତ୍ତି ପ୍ରକାଶ କରିପାରେ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ମେକର୍ସ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରିବା ସହ ଡିଜିଟାଲ ଦୁନିଆରେ ରିଲିଜ କରିବାକୁ ସ୍ଥିର କରିଛନ୍ତି ।

ମେକର୍ସ ଏବର୍ଷ ରିଲିଜ ହୋଇଥିବା ‘କଲଙ୍କ’ ଓ ‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ର ଫ୍ଲପ ପରେ ‘ଡ୍ରାଇଭ’ ଉପରେ ରିକ୍ସ ନେବାକୁ ଚାହୁଁନାହାଁନ୍ତି । ନିକଟରେ ନିଜ ନ୍ୟୁଡ ସିନକୁ ନେଇ ସୁଶାନ୍ତ କହିଥିଲେ କି ଏହା କୌଣସି ନୂଆ କଥା ନୁହେଁ । ଯେଉଁଥିରେ ସେ କାମ କରିବେ । ଏହା କେବଳ ଏକ ଭ୍ରମ ଭଳି । ସିନ କିଛି ଏମିତି ଯାହାକୁ ପୂର୍ବରୁ ଦର୍ଶକ ହଲିଉଡ ଫିଲ୍ମ ‘ଡେଡପୁଲ’ରେ ଦେଖିସାରିଛନ୍ତି । ଏହା ପୁରା ରୂପେ ନ୍ୟୁଡ ନୁହେଁ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.