ମୁମ୍ବାଇ: ଆଉ ତିନି ଦନ ପରେ ପୁରା ଦେଶ ହୋଲି ରଙ୍ଗରେ ରଙ୍ଗେଇ ହେବାକୁ ଯାଉଛି । ଏହି ଅବସରଟି ମସ୍ତି, ରୋମାଞ୍ଚ ଏବଂ ଉତ୍ସାହ ନେଇ ଆସିଥାଏ । ସାଧାରଣ ଜନତା ହୁଅନ୍ତୁ କିମ୍ବା ବଲିଉଡ ସେଲିବ୍ରିଟି ସମସ୍ତେ ହୋଲି ଉତ୍ସବକୁ ଖୁବ୍ ଧୁମ ଧାମରେ ପାଳନ କରିଥାଆନ୍ତି । କିନ୍ତୁ ଦର୍ଶକଙ୍କୁ ଏହି କଥା ଜଣାନାହିଁ କି ବି-ଟାଉନରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି, ଯିଏ ଏହି କଲରଫୁଲ ଫେଷ୍ଟିଭାଲକୁ ସେଲିବ୍ରେଟ କରନ୍ତି ନାହିଁ ।
ତେବେ ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି, ସେ ହେଲେ ଲୋକପ୍ରିୟ ଫିଲ୍ମ ନିର୍ମାତା କରନ ଜୋହର । ଗତ ବର୍ଷ ସେ ଏକ ସାକ୍ଷାତକାରରେ ହୋଲି ନ ଖେଳିବା କାରଣ କହିଥିଲେ । ସେ ଶୋରେ ଏକ ପୁରୁଣା କାହାଣୀ ମଧ୍ୟ ସମସ୍ତଙ୍କୁ ଶୁଣାଇଥିଲେ ।
ସେ କହିଥିଲେ କି ଯେତେବେଳେ ସେ 10 ବର୍ଷର ଥିଲେ, ସେହି ସମୟରେ ସେ ବିଗ-ବି ଅମିତାଭ ବଚ୍ଚନଙ୍କ ହୋଲି ପାର୍ଟିରେ ଯାଇଥିଲେ । ତାଙ୍କୁ ହୋଲି ଖେଳିବା ଆଦୌ ପସନ୍ଦ ନୁହେଁ । ହୋଲିରେ ସେ ଯେମିତି ବିଗ-ବିଙ୍କ ଘରେ ପହଞ୍ଚିଥିଲେ, ତେବେ ଅଭିଷେକ ବଚ୍ଚନ ତାଙ୍କୁ ପୁଲରେ ଧକ୍କା ଦେଇଥିଲେ । ଏହି ଘଟଣାରେ ସେ ଏତେ ଡରିଯାଇଥିଲେ ଯେ ସେ ଆଉ କେବେ ମଧ୍ୟ ହୋଲି ଖେଳିବାକୁ ସାହାସ କରିନାହାଁନ୍ତି ।
ପ୍ରକାଶ ଥାଉକି ଅଭିଷେକ ଓ କରନ ଭଲ ବନ୍ଧୁ ମଧ୍ୟ । ଯଦି କରନଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ସେ ଖୁବ୍ ଶୀଘ୍ର ମଲ୍ଟ୍ଟି ଷ୍ଟାରର ଫିଲ୍ମ 'କଲଙ୍କ' ନେଇ ପରଦାକୁ ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅଭିନେତା ବରୁଣ ଧୱନ, ଆଦିତ୍ୟ ରାୟ କପୁର, ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଏପ୍ରିଲ 17ରେ ଫିଲ୍ମଟି ରିଲିଜ ହେବାକୁ ଯାଉଛି ।