ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: ଭାରତୀଙ୍କ ଘରେ ଏନସିବିର ଚଢାଉ

author img

By

Published : Nov 21, 2020, 12:23 PM IST

Updated : Nov 21, 2020, 2:02 PM IST

ଏଥର ଏନିସିବି ଯାଞ୍ଚରେ ଭାରତୀ ଓ ହର୍ଷ । ବଲିଉଡରେ ଚାଲିଥିବା ଡ୍ରଗ୍ସ କାରବାରରେ ସାମ୍ନାକୁ ଆସିଲା ଭାରତୀଙ୍କ ନାଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବର୍ତ୍ତମାନ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ମୁମ୍ବାଇ ଘରେ ଚଢାଉ କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନାଲ ୟୁନିଟ୍ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଘରେ ଚଢାଉ କରି ଗଞ୍ଜେଇ ଜବତ କରିଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଏହାବ୍ୟତୀତ ଏନସିବି ଆନ୍ଧେରି, ଲୋଖଣ୍ଡୱାଲା ଏବଂ ଭର୍ସୋଭା ଅଞ୍ଚଳରେ ଚଢାଉ କାର୍ଯ୍ୟ ଜାରି ରଖିଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧରାପଡିଥିବା ଡ୍ରଗ୍ସ ଡିଲରଙ୍କ ବୟାନକୁ ଆଧାର କରି ଏନସିବି ଯାଞ୍ଚ ଆରମ୍ଭ କରିଛି । ଆଉ ଯାଞ୍ଚରେ ଭାରତୀଙ୍କ ଘରୁ ଗଞ୍ଜେଇ ମିଳିବା ଖବର ମଧ୍ୟ କୁହାଯାଉଛି । ଏହାସହ ଭାରତୀ ଓ ହର୍ଷଙ୍କୁ ପଚରାଉଚରା ପାଇଁ ସମନ ମଧ୍ୟ ଜାରି କରାଯାଇଛି ।

  • Narcotics Control Bureau conducts a raid at the residence of comedian Bharti Singh in Mumbai: NCB#Maharashtra

    — ANI (@ANI) November 21, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଏହି ଡ୍ରଗ୍ସ ମାମଲାରେ ଏଯାବତ ଏନସିବି ଅନେକ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିସାରିଲାଣି । ଆଉ ଅନେକ ସେଲିବ୍ରିଟିଙ୍କୁ ପଚାରାଉଚରା କରିବା ସହ ସେମାନଙ୍କ ଘରେ ଚଢାଉ କରି ନିଶା ଦ୍ରବ୍ୟ କରୁଛି ।

Last Updated : Nov 21, 2020, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.