ବେଙ୍ଗାଲୁରୁ: ଶନିବାର ସ୍ୟାଣ୍ତେଲଉଡ ଡ୍ରଗ୍ସ ମାମଲାରେ ଅନୁସନ୍ଧାନ ପାଇଁ କଷ୍ଟ୍ୟୁମ ଡିଜାଇନର୍ ରମେଶ ଡମବେଲଙ୍କୁ ହାଜର ହେବାକୁ ସିସିବି ନୋଟିସ୍ ଜାରି କରିଛି । ସ୍ୟାଣ୍ତେଲଉଡ ଅଭିନେତା-ଅଭିନେତ୍ରୀମାନେ ଯେଉଁମାନେ ରମେଶଙ୍କ ସହ ଯୋଗାଯୋଗରେ ଅଛନ୍ତି ସେମାନେ ବର୍ତ୍ତମାନ ଏହି ବିଷୟରେ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି ।
ସୂଚନା ଅନୁଯାୟୀ, ରମେଶଙ୍କ ଦ୍ବାରା ଆୟୋଜିତ ଏକ ପାର୍ଟିରେ ଅନେକ କଳାକାର ଏବଂ ଅଭିନେତ୍ରୀମାନେ ଯୋଗ ଦେଇଥିଲେ ।
ଡ୍ରଗ୍ସ ପାର୍ଟିରେ କିଏ କିଏ ଯୋଗ ଦେଇଥିଲେ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ ଅନୁସନ୍ଧାନକାରୀଙ୍କ ଦ୍ବାରା ରମେଶଙ୍କୁ ପଚରାଉଚରା କରାଯିବ ।
ଏହାପୂର୍ବରୁ ସିସିବି ସ୍ୟାଣ୍ତେଲଉଡ ଡ୍ରଗ୍ସ କେସରେ ସଞ୍ଜନା ଏବଂ ରାଗିନିଙ୍କୁ ଗିରଫ କରାଯାଇଥିଲା ।