ETV Bharat / sitara

କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଟି-ସିରିଜ ମାଲିକାଣୀ

author img

By

Published : Mar 31, 2020, 1:01 PM IST

ଦେଶର ଆର୍ଥିକ ସମସ୍ୟାକୁ ନେଇ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ଅଭିନେତ୍ରୀ ଦିବ୍ୟା ଖୋସଲା।

divya khosla
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରସ ବଢୁଥିବା ପ୍ରକୋପ ଦେଖି ଦିଲ୍ଲୀରୁ ଚାଲି ଚାଲି ଅନେକ ଶ୍ରମିକ, ଦିନ ମଜୁରିଆ ନିଜ ଗାଁକୁ ଯାଉଛନ୍ତି। ଯାହାଦ୍ବାରା ଲକଡାଉନ ଥିବା ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଚିନ୍ତିତ ନଜର ଆସିଥିଲା ଦିଲ୍ଲୀ ପ୍ରଶାସନ। କିଛି ଲୋକ ଏହି ମାମଲା ପାଇଁ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି । ଇତିମଧ୍ୟରେ ଟି-ସିରିଜ ମାଲିକାଣୀ ତଥା ଅଭିନେତ୍ରୀ ଦିବ୍ୟା ଖୋସଲା ଦିଲ୍ଲୀ ସିଏଏ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଦିବ୍ୟା ଖୋସଲା

ସେ ଟ୍ବିଟ କରି ଲେଖିଛନ୍ତି, ‘ଜଣେ ଚିନ୍ତିତ ନାଗରିକ ରୂପେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ପଚାରିବାକୁ ଚାହୁଁଛି ଯେ ଏହି ଜଟିଳ ସମୟରେ ଯେବେ ପୁରା ଦେଶକୁ ଆର୍ଥିକ ସହଯୋଗର ଆବଶ୍ୟକ ଅଛି। ସେହି ସମୟରେ ନ୍ୟୁଜ ଚ୍ୟାନେଲରେ ନିଜ ବ୍ୟକ୍ତିଗତ ବିଜ୍ଞାପନ ଉପରେ କୋଟି କୋଟି ଟଙ୍କା ନଷ୍ଟ କରୁଛନ୍ତି କାହିଁକି।’

ଦିବ୍ୟାଙ୍କ ଏହି ଟ୍ବିଟ ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ତାଙ୍କ ସମର୍ଥନ କରିଥିବା ବେଳେ ଆଉ କିଛି ତାଙ୍କ ବିରୋଧରେ ବାହାରିଛନ୍ତି । କିଛି ୟୁଜର୍ସ କହିଛନ୍ତି ଯେ ଦିବ୍ୟା କେବଳ କେଜ୍ରିୱାଲ ସରକାରଙ୍କୁ କାହିଁକି ପ୍ରଶ୍ନ କରୁଛନ୍ତି ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏହି ପ୍ରଶ୍ନ କରିବା କଥା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.