ହାଇଦ୍ରାବାଦ: ଡିଜନିର ବହୁ ଚର୍ଚ୍ଚିତ ଆନିମେଟେଡ ଫିଲ୍ମ ଆଲ୍ଲାଦିନର ହିନ୍ଦି ଭର୍ସନ ବହୁତ ଶୀଘ୍ର ଆସିବାକୁ ଯାଉଛି । ଏଥିରେ ରାପର ଛୁଙ୍କ ଦେବେ ଭାରତୀୟ ରାପର ବାଦଶାହ ଓ ଆଲ୍ଲାଦିନଙ୍କ ଭଏସ ଦେବେ ଅରମାନ ମଲ୍ଲିକ । ଏହାର ସୂଚନା ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ବିଟରରେ ଦେଇଛନ୍ତି ।
ତେବେ ବାଦଶାହାଙ୍କ କହିବା କଥା, ଆଲ୍ଲାଦିନ ସହ ବହୁତ ସ୍ମୃତି ରହିଛି । ବଡ ପ୍ଲାଟଫର୍ମରେ ନିଜ ଟ୍ୟାଲେଣ୍ଟ ଦେଖେଇବା ପାଇଁ ଏହା ଏକ ଭଲ ସୁଯୋଗ । ଫିଲ୍ମର ପ୍ରମୋ
ପାଇଁ ମତେ ସୁଯୋଗ ଦିଆଯାଇଥିବାରୁ ମୁଁ ଖୁସି ବୋଲି କହିଛନ୍ତି ବାଦଶାହା ।
ତେବେ ଆଲ୍ଲାଦିନ 1992ରେ ରିଲିଜ ହୋଇଥିଲା । 90 ଦଶକର ପୀଢି ଆଲ୍ଲାଦିନର କାହାଣୀ ଶୁଣି ବଡ ହୋଇଛନ୍ତି । ତେବେ ଏହାର ହିନ୍ଦି ଭର୍ସନ ନୂଆ ଯୁଗର ପିଲାଙ୍କୁ ଆନିମେଟେଡ ଫିଲ୍ମ ଦେଖିବାକୁ ପ୍ରୋତ୍ସାହିତ କରିବ । ଆସନ୍ତା ମେ' 24ରେ ଫିଲ୍ମର ହିନ୍ଦି ଭର୍ସନ ରିଲିଜ ହେବ ।