ମୁମ୍ବାଇ: 'ଭାରତ' ଫିଲ୍ମରୁ ସମସ୍ତଙ୍କ ହୃଦୟ କିଣିଥିବା ଦିଶା ପଟାନୀ ଫିଟନେସର ଚର୍ଚ୍ଚା ସବୁବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଫିଲ୍ମରେ ଅଳ୍ପ ସମୟ ପାଇଁ ନଜର ଆସିଥିବା ଦିଶାଙ୍କ ଅଭିନୟରେ ହୃଦୟ ଜିତିଛନ୍ତି ଦର୍ଶକ । ଫିଲ୍ମରେ ନିଜ ଜିମନାଷ୍ଟ ଆକ୍ଟରେ ସେ ପୁଣି ସମସ୍ତଙ୍କ ଫେଭରେଟ ହୋଇପାରିଛନ୍ତି ।
- View this post on Instagram
Training after ages with my trainer @nadeemakhtarparkour88 @flyzonefitness_ 💪🏽❤️
">
ସେ ନିକଟରେ ଖୁଲାସା କରିଥିଲେ ଯେ ତାଙ୍କ ଫିଜିକାଲ ଫିଟନେସ ପାଇଁ 'ଭାରତ'ରେ ତାଙ୍କୁ ଚାନ୍ସ ମିଳିଛି । ସେମିତି ଦେଖିବାକୁ ଗଲେ ଦିଶାଙ୍କ ଷ୍ଟଣ୍ଟ ସିନ କେବଳ ଫିଲ୍ମରେ ଦେଖିବାକୁ ମିଳିନଥାଏ । ରିୟଲ ଲାଇଫରେ ମଧ୍ୟ ତାଙ୍କ ଜବରଦସ୍ତ ଷ୍ଟଣ୍ଟ ସିନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳେ । ଏବେ ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ।
ଯେଉଁଥିରେ ସେ କାର୍ଟହ୍ବିଲ କରୁଥିବାର ନଜର ଆସୁଛନ୍ତି । ଦିଶା ଗୋଟିଏ ହାତରେ କାର୍ଟହ୍ବିଲ କରୁଥିବାର ଦେଖାଯାଇଛନ୍ତି । ଭିଡିଓଟିକୁ ଦିଶା ଗତ କାଲି ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଦିଶାଙ୍କ ଷ୍ଟଣ୍ଟ ଦେଖି ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ । ଭିଡିଓକୁ ପସନ୍ଦ କରିବା ସହ ଲାଇକ୍ସ ଉପରେ ଲାଇକ୍ସ ଦେବାରେ ଲାଗିଛନ୍ତି ଫ୍ୟାନ୍ସ । ଏହାର କ୍ୟାପସନରେ ସେ ଲେଖିଛନ୍ତି, "ଅନେକ ସମୟ ପରେ ମୋ ଟ୍ରେନରଙ୍କ ସହ ମୋ ଅଭ୍ୟାସ ।"