ମୁମ୍ବାଇ: ବହୁତ କମ ଦିନରେ ‘ବାଗୀ’ ଫେମ ଦିଶା ପଟାନୀଙ୍କ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ। ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ଦେଖିବାକୁ ସବୁବେଳେ ଅପେକ୍ଷା କରିବସିନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ପୋଷ୍ଟ କରିବାରେ ଲାଗିଥାଆନ୍ତି ।
ଆଉ ତାଙ୍କର ଖାସ ଗୁଣ ହେଲା କି ସେ ପଶୁପକ୍ଷୀଙ୍କୁ ଖୁବ୍ ପ୍ରେମ କରନ୍ତି । ତାଙ୍କ ହିତ ପାଇଁ ସୋସିଆଲ ମିଡିଆରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ସେ ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାର କରୁଥିବା ବିରୋଧରେ କଡା ପଦକ୍ଷେପ ନେବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ।
କଥାଟି ହେଲା କି ବିଶ୍ବ ପଶୁ କଲ୍ୟାଣ ଦିବସରେ ଦିଶା ଶୁକ୍ରବାର ଟ୍ବିଟରରେ ନିଜ ପୋଷା କୁକୁରର ଗୋଟିଏ ଫଟୋ ସେୟାର କରି ଲେଖିଥିଲେ, ‘ଦ ବେଷ୍ଟ ଥେରୋପି ହାଜ୍ ଫର ଆଣ୍ଡ ଫୋର ଲେଗ୍ସ । ପଶୁମାନଙ୍କର ସ୍ବର ନାହିଁ କିନ୍ତୁ ତୁମ ମାନଙ୍କର ଅଛି । #ଆନିମୱେଲଫେୟରଡେରେ ଆପଣ କୁହନ୍ତୁ, କାରଣ ସେ କହିପାରିବେ ନାହିଁ । ’
ପ୍ରକାଶ ଥାଉକି ଦିଶା ପ୍ରାୟତଃ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପଶୁପକ୍ଷୀଙ୍କ ପ୍ରତି ନିଜ ସ୍ନେହ ପ୍ରକାଶ କରୁଥିବାର ନଜର ଆସିସାରିଛନ୍ତି । ଏହାସହ ସେ ନିଜ ୱାର୍କଆଉଟ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରନ୍ତି ।