ବେଙ୍ଗାଲୁରୁ: ବୁଧବାର ବାହୁବଲୀ ନିର୍ଦ୍ଦେଶକ ରାଜାମୌଲୀ ତାଙ୍କ ପତ୍ନୀଙ୍କ ସହିତ ବାନ୍ଦିପୁର ନ୍ୟାସନାଲ ପାର୍କ ଏବଂ ହିମାବାଦ ଗୋପାଳସ୍ବାମୀ ହିଲ ପରିଦର୍ଶନ କରିଛନ୍ତି ।
ମଙ୍ଗଳବାର ଏହି ଦମ୍ପତି ତାଲୁକର କାନିଆନପୁରମର ସେରାଇ ରିସର୍ଟରେ ରହିଥିଲେ । ବୁଧବାର ସକାଳେ ସେମାନେ ଗୋପାଳସ୍ବାମୀ ହିଲ ପରିଦର୍ଶନ କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ସେମାନଙ୍କ ସହିତ ଇମିଗ୍ରେସନ ଅଫିସର ନବୀନ କୁମାର ମଧ୍ୟ ଥିଲେ ।
ଏହି ଅବସରରେ ନିର୍ଦ୍ଦେଶକ ରାଜାମୌଲୀ କହିଛନ୍ତି ଯେ, ଏହି ସ୍ଥାନର ପ୍ରକୃତି ବହୁତ ସୁନ୍ଦର । ଏହାକୁ ବହୁତ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଇଥିବାରୁ ସେ ବନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଖବର ପାଇ ପ୍ରଂଶସକମାନେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଏହି ସମୟରେ ପ୍ରଶଂସକମାନେ ନିର୍ଦ୍ଦେଶକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ