ମୁମ୍ବାଇ: ଦେଶରେ ଲକଡାଉନ ପାଇଁ ଘରେ ବସିଥିବା ନିର୍ମାତାଙ୍କ ମସ୍ତିଷ୍କ ଖୁବ୍ ଚାଲୁଛି। ନିଜ ଆଗାମୀ ଫିଲ୍ମକୁ ନେଇ ଚିନ୍ତିତ ସବୁ ମେକର୍ସ । ଫିଲ୍ମରେ ସୁପରହିରୋ ଓ ସୁପର ପୋଲିସକ ଭିନ୍ନ ଦୁନିଆ ପୂର୍ବରୁ ନିର୍ମାଣ ହୋଇସାରିଛି। ଏବେ ଫେମସ ନିର୍ଦ୍ଦେଶକ ମୋହିତ ସୁରି ଫିଲ୍ମରେ ଖଳନାୟକଙ୍କ ଦୁନିଆ ନିର୍ମାଣ କରିବାର ଯୋଜନା କରୁଛନ୍ତି। ସେ ଚାହୁଁଛନ୍ତି ମଣିଷଙ୍କ ଭିତରେ ଥିବା କାଳ ରହସ୍ୟକୁ ନିଜ ଫ୍ରାଞ୍ଚାଇଜ ଜରିଆରେ ବାହାରକୁ ଆଣିବାକୁ।
ପ୍ରକାଶ ଥାଉକି ମୋହିତଙ୍କ ଦ୍ବାରା ନିର୍ଦ୍ଦେଶିତ ଥ୍ରିଲର ଆକ୍ସନ ଫିଲ୍ମ ‘ଏକ ଭିଲେନ’ 2014ରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫ୍ରାଞ୍ଚାଇଜର ଦ୍ବିତୀୟ ଫିଲ୍ମ ନେଇ ଫେରିବାକୁ ଯାଉଛନ୍ତି ମୋହିତ।
ଶୁଣିବାକୁ ମିଳୁଛି ଯେ ମୋହିତ ନିଜ ଆଗାମୀ ଫିଲ୍ମରେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଟ୍ରିକ ଆପଣାଇବେ । ଯେମିତି ରୋହିତ ନିଜ ପୋଲିସ ଫ୍ରାଞ୍ଚାଇଜର ଶେଷରେ ଆଉ ଜଣେ ନୂଆ ପୋଲିସକୁ ଦେଖାଆନ୍ତି । ସେହିପରି ମୋହିତ ଏବେ ସ୍ଥିର କରିଛନ୍ତି କରିବାକୁ। ସେ ନିଜ ଆଗାମୀ ଫିଲ୍ମରେ ଆଉ ଜଣେ ଭିଲେନର ପରିଚୟ ଦର୍ଶକଙ୍କ ସହ କରାଇବେ।
ଫିଲ୍ମ ଘୋଷଣା ହେବା ସହ ଜୁଲାଇରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିଲା । ହେଲେ କୋରୋନା ଭାଇରସ ଭୟରେ ଏବେ ସବୁ କାର୍ଯ୍ୟ ବନ୍ଦ ରଖାଯାଇଛି।