ETV Bharat / sitara

କଂଗ୍ରେସ ଆଡକୁ ଢଳୁଛନ୍ତି କି ଅନୁରାଗ ?

ନିକଟରେ ପିଏମ ନରେନ୍ଦ୍ର ମୋଦି ନିଜର ଏକ ସାକ୍ଷାତକାର କହିଥିଲେ କି ସେ 1987-88ରେ ପ୍ରଥମଥର ଡିଜିଟାଲ କ୍ୟାମେରା ଏବଂ ଇମେଲର ବ୍ୟବହାର କରିଥିଲେ । ଏହାକୁ ନେଇ ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କଶ୍ୟାପଙ୍କ ବୟାନ ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ
author img

By

Published : May 15, 2019, 1:51 AM IST

ମୁମ୍ବାଇ: ଅନୁରାଗ କଶ୍ୟପ ସେହି ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ ଯିଏ ସବୁବେଳେ ନିଜ ପକ୍ଷ ରଖିଥାଆନ୍ତି । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବା ସହ ସେ ସାମାଜିକ ପ୍ରସଙ୍ଗ ଉପରେ ନିଜ ବିଚାର ମଧ୍ୟ ରଖିଥାଆନ୍ତି । ନିକଟରେ ପିଏମ ମୋଦିଙ୍କ ଏକ ସାକ୍ଷାତକାରକୁ ନେଇ ସେ ଏପରି କିଛି ଟାର୍ଗେଟ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମୋଦି ନିଜର ଏକ ସାକ୍ଷାତକାରରେ କହିଥିଲେ ସେ, 1987-1988ରେ ଡିଜିଟାଲ କ୍ୟାମେରା ଏବଂ ଇମେଲର ବ୍ୟବହାର କରିଥିଲେ । ପିଏମଙ୍କ ଏହି କଥାରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥିଲା । ଅନ୍ୟପଟେ ଅନୁରାଗ ମଧ୍ୟ ଏହି ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖିଥିବାର ନଜର ଆସିଛନ୍ତି ।

ଏନେଇ ଜଣେ ଟ୍ବିଟର ୟୁଜର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ସେହି ଫଟୋରେ ପୂର୍ବତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହାତରେ କ୍ୟାମେରା ଦେଖିବାକୁ ମିଳୁଛି । ଏହାକୁ ସେୟାର କରି ୟୁଜର ଜଣକ ଲେଖିଛନ୍ତି, "ମୋଦିଙ୍କ ଉପରେ ପ୍ରଶ୍ନ କଣ ପାଇଁ ଉଠୁଛି ।" ଅନ୍ୟପଟେ ସେହି ୟୁଜର ଏହି ଫଟୋଟିକୁ ଅନୁରାଗଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

ଏହାର ଜବାବରେ ଅନୁରାଗ ଟ୍ବିଟ କରି ଲେଖିଛନ୍ତି ଯେ , ମୋଦିଙ୍କ ଭକ୍ତ କେତେ ମୁର୍ଖ ଅଟନ୍ତି । ରାଜୀବ ଗାନ୍ଧୀ ଧରିଥିବା କ୍ୟାମେରା ସୁପର 8 କ୍ୟାମେରା । ଯାହା 1960 ମସିହାରୁ ବ୍ୟବହାର ହୋଇ ଆସୁଛି । ହେଲେ ଏହାକୁ ଡିଜିଟାଲ କ୍ୟାମେରା କହୁଛନ୍ତି ମୋଦି ଭକ୍ତ ।

ତେବେ ନିର୍ବାଚନ ମାହୋଲରେ ଅନୁରାଗଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ଅନେକ ସେଲିବ୍ରେଟି ବିଭିନ୍ନ ଦଳରେ ମିଶୁଥିବାବେଳେ କଂଗ୍ରେସ ପ୍ରତି ଅନୁରାଗଙ୍କ ପରୋକ୍ଷ ସମର୍ଥନ ଅନ୍ୟ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.