ମୁମ୍ବାଇ: କୋରୋନା ଭାଇରାସ ପାଇଁ ବର୍ତ୍ତମାନ ପୂରା ଦେଶ ଲକଡାଉନ। ଏହାସହ ଜନସାଧାରଣଙ୍କ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହାକୁ ବଲିଉଡର ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନା ସେୟାର କରିଛନ୍ତି।
ଭିଡିଓରେ ଜଣେ ବ୍ୟକ୍ତି ରାସନ ନେଇ ନିଜ ସ୍କୁଟିରେ ଯାଉଛନ୍ତି। ତାଙ୍କୁ ଦେଖି ପୋଲିସ ବାଡିରେ ପିଟିବା ଆରମ୍ଭ କରିଦେଇଛନ୍ତି। ଭିଡିଓକୁ ସେୟାର କରି ଅନୁଭବ ପୋଲିସଙ୍କ ଏପରି ପଦକ୍ଷେପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହାସହ ପୋଲିସ ଉପରେ ରାଗିଛନ୍ତି ମଧ୍ୟ।
ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି, ‘କଣ କାହାକୁ ଏମିତି ପିଟିବା ଆଇନଗତ ଠିକ୍ ?’ ବର୍ତ୍ତମାନ ତାଙ୍କ ଏହି ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି ।