ମୁମ୍ବାଇ: ନିକଟରେ ପପୁଲାର ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜଫର ନିଜ ଆଗାମୀ ଫିଲ୍ମ ‘ମିଷ୍ଟର ଇଣ୍ଡିଆର ଟ୍ରିଲୋଜି’ ବିଷୟରେ କହିଥିଲେ । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ସମସ୍ତଙ୍କୁ ଲାଗୁଛି ଯେ ସେ ଅନିଲ କପୁର ଓ ଶ୍ରୀଦେବୀଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ସିକ୍ବେଲ କିମ୍ବା ରିମେକ ନେଇ ପରଦାକୁ ଫେରିବେ । ହେଲେ ଇତିମଧ୍ୟରେ ଫିଲ୍ମ ବିଷୟରେ ଆଲୋଚନା କରି ବଡ ଖୁଲାସା କରିଛନ୍ତି ଅଲ୍ଲୀ । ହୁଏତଃ ତାଙ୍କ ଖୁଲାସା ଦ୍ବାରା ଦର୍ଶକ ନିରାଶ ହୋଇପାରନ୍ତି ।
କାରଣ ସେ କହିଛନ୍ତି ଯେ ‘ମିଷ୍ଟର ଇଣ୍ଡିଆ ଟ୍ରିଲୋଜି’ର କୌଣସି କନେକ୍ସନ ନିର୍ଦ୍ଦେଶକ ଶେଖର କପୁରଙ୍କ ନିର୍ଦ୍ଦେଶନାରେ 1987ରେ ନିର୍ଦ୍ଦେଶିତ ହୋଇଥିବା ‘ମିଷ୍ଟର ଇଣ୍ଡିଆ’ ସହ ନାହିଁ । ଆନ୍ତର୍ଜାତୀୟ ମାନଦଣ୍ଡରେ ସେ ‘ମିଷ୍ଟର ଇଣ୍ଡିଆ ଟ୍ରିଲୋଜି’ର ନୂଆ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ।
ସେହିପରି ସାକ୍ଷାତକାରରେ ଯୋଗ ଦେଇ ସେ ଫିଲ୍ମରେ ଶ୍ରୀଦେବୀଙ୍କ ଲାଡଲୀ ଜାହ୍ନବୀ କପୁରଙ୍କ ସାମିଲ ହେବା କଥାରେ କହିଛନ୍ତି, ‘ଯଦି ଏମିତ ଘଟୁଛି ତେବେ ବୋନି କପୁର ବହୁତ ଖୁସି ହେବେ । କାରଣ ମିଷ୍ଟର ଇଣ୍ଡିଆରେ ଶ୍ରୀଦେବୀଙ୍କ ଆଇକୋନିକ ପରଫର୍ମ ଦେଖିଥିଲେ ଦର୍ଶକ । ଆଶା କରୁଛି ଜାହ୍ନବୀ ମଧ୍ୟ ଭଲ ରୋଲ କରିପାରିବେ।’
ପ୍ରକାଶ ଥାଉକି ‘ମିଷ୍ଟର ଇଣ୍ଡିଆ ଟ୍ରିଲୋଜି’ ନିର୍ମାଣ ପାଇଁ ସେ ବୋନି ଏଭଂ ଜି ଷ୍ଟୁଡିଓ ସହିତ ହାତ ମିଶାଇଛନ୍ତି । ଫିଲ୍ମର ଅଧିକାଂଶ ସୁଟିଂ ବିଦେଶରେ କରାଯିବାର ସୂଚନା ଦେଇଛନ୍ତି ସେ ।