ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଆକ୍ରମଣରେ ଶହିଦ ହୋଇଥିବା 49 ସିଆରପିଏଫଙ୍କ ପରିବାର ପାଇଁ ଯିଏ ଯେମିତି ସମ୍ଭବ ସାହାଯ୍ୟ କରିବାରେ ଆଗକୁ ବାହାରୁଥିବାର ନଜର ଆସୁଛନ୍ତି। ସେହିଠାରେ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ମଧ୍ୟ ଏପରି କିଛି କାର୍ଯ୍ୟ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ବର୍ତ୍ତମାନ ସବୁ ମହଲରୁ ପ୍ରଶଂସା ମିଳୁଛି। ଆଜ୍ଞା ହଁ ଶହୀଦ ହୋଇଥିବା ସିଆରପିଏଫଙ୍କ ଯବାନଙ୍କ ପତ୍ନୀଙ୍କୁ 3 ଲକ୍ଷ ଟଙ୍କା ଲେଖାଁ ଦାନ କରିଛନ୍ତି ।
ଦିଲଜିତ ରବିବାର ସିଆରପିଏଫ ୱାଇସ୍ ୱେଲଫେୟର ଆସୋସିଏସନକୁ ଦେଇଥିବା ଦାନ ରସିଦର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାପରେ ଏହି ଫଟୋର କମେଣ୍ଟ ବକ୍ସକୁ ଦିଲଜିତଙ୍କ ପ୍ରଶଂସାରେ ଭରିଦେଇଛନ୍ତି ୟୁଜର୍ସ ।
- " class="align-text-top noRightClick twitterSection" data="
">
ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଆମର ସୈନିକ ଦେଶ ଏବଂ ଦେଶର ନାଗରିକଙ୍କର ରକ୍ଷା କରୁଛନ୍ତି । ଏହାପାଇଁ ତାଙ୍କୁ ନିଜ ପ୍ରିୟଜନଙ୍କ ପାଖରୁ ଦୂରରେ ରହିବାକୁ ପଡୁଛି, ତାଙ୍କୁ ଜଣାନଥାଏ ଆସନ୍ତା ଦିନରେ କଣ ହେବ। ଏମିତି ବି ଯବାନଙ୍କ ପରିବାରକୁ ମଧ୍ୟ ଜଣାନଥାଏ କି କେବେ ସେ ତାଙ୍କୁ ସାକ୍ଷାତ କରିବେ। କିନ୍ତୁ ସବୁବେଳେ ଏକ ଆଶାରେ ଥାଆନ୍ତି । ଯାହା ଏବେ ସେହି ପରିବାରଙ୍କ ପାଇଁ ଶେଷ ହୋଇଯାଇଛି ।" ଖାଲି ଏତିକି ନୁହେଁ କ୍ୟାପସନରେ ସେ ଶହୀଦ ପରିବାରକୁ ସାହାଯ୍ୟ କରିବା ପାଇଁ ଫ୍ୟାନ୍ସଙ୍କୁ ଅପିଲ ମଧ୍ୟ କରିଛନ୍ତି ।
ଆମେ ଦୁଃଖ ଦୂର କରିପାରିବା ନାହିଁ, କିନ୍ତୁ ଦାନ ଦେଇ କିଛି ମାତ୍ରାରେ ସାହାଯ୍ୟ କରିବାକୁ ଚେଷ୍ଟା କରିପାରିବା । ଏହି କଠିନ ସମୟରେ ଶହିଦ ଯବାନଙ୍କ ପରିବାରର ସାହାଯ୍ୟ କରିବାର ସମୟ ଆସିଯାଇଛି। ଆମେ ସୈନିକ ଏବଂ ତାଙ୍କ ପରିବାର ସହ ଠିଆ ହୋଇଛୁ ବୋଲି କହିଛନ୍ତି ଦିଲଜିତ ।
ପ୍ରକାଶ ଥାଉକି ଦିଲଜିତଙ୍କ ବ୍ୟତୀତ ଆହୁରି ଅନେକ କଳାକାର ମଧ୍ୟ ଶହୀଦଙ୍କ ପରିବାରକୁ ସାହାର୍ଯ୍ୟ କରିବାର ହାତ ବଢାଇଛନ୍ତି। ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରବକ୍ତା ସ୍ପଷ୍ଟ କରିଛନ୍ତି କି ଫେବୃଆରୀ 14ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣବଳି ଦେଇଥିବା ସିଆରପିଏଫଙ୍କ ଯବାନଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି।