ମୁମ୍ବାଇ: ଫେମସ ପଞ୍ଜାବୀ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ଓ କ୍ରିତି ସାନନ ଅଭିନୀତ କମେଡି ଫିଲ୍ମ 'ଅର୍ଜୁନ ପଟିଆଲା' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ଇତିମଧ୍ୟରେ ମେକର୍ସ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ରିଲିଜ କରିଦେଇଛନ୍ତି ଫିଲ୍ମର ନୂଆ ଟ୍ରାକ ତଥା ସ୍ୟାଡ ସଙ୍ଗ 'ଦିଲ ତୋଡେୟା' ।
ଗୀତରେ ଦିଲଜିତ ଓ କ୍ରିତିଙ୍କ ବ୍ରେକଅପ କାହାଣୀ ଦେଖିବାକୁ ମିଳୁଛି । ଫିଲ୍ମରେ ଦିଲଜିତ ପୋଲିସ ଅଫିସର ହୋଇଥିବାବେଳେ କ୍ରିତି ଜଣେ ସମ୍ବାଦିକା ରୂପେ ଅଭିନୟ କରୁଛନ୍ତି ।
ଫିଲ୍ମର ଏହି ଦମଦାର ଟ୍ରାକଟିକୁ ଲେଖିଛନ୍ତି ପଞ୍ଜାବୀ ସିଙ୍ଗର ଗୁରୁ ରାନ୍ଧୱା । ଦିଲ ତୋଡେୟା ଗୀତଟି ଦର୍ଶକଙ୍କୁ ଦୁଃଖ କରିଦେବ । ଗୀତଟିକୁ ସଚିନ କମ୍ପୋଜ କରିଥିବାବେଳେ ଜିଗର ଓ ଗୁରୁ ଗୀତଟିକୁ ଗାଇଛନ୍ତି ।
- " class="align-text-top noRightClick twitterSection" data="">
ଏହି ଅବସରରେ ଦିଲଜିତ ଟ୍ବିଟରରେ ଗୀତଟିକୁ ସେୟାର କରି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି ଯେ ଗୀତଟି ଏବେ ରିଲିଜ ହୋଇଯାଇଛି ।
ପ୍ରକାଶ ଥାଉକି ଏହା ପୂର୍ବରୁ ମେକର୍ସ ଫିଲ୍ମର ପାଞ୍ଚୋଟି ଗୀତ ରିଲିଜ କରିସାରିଛନ୍ତି । ମେଁ ଦିୱାନା ତେରା, କ୍ରେଜି ହାବିବି ର୍ଭସେସ ଡିସେଣ୍ଟ ମୁଣ୍ଡା, ସିପ ସିପ ଏବଂ ସଚି ମହାବ୍ବତୈଂ ରିଲିଜ ହୋଇସାରିଛି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।
ଅର୍ଜୁନ ପଟିଆଲା ଦିଲଜିତଙ୍କ ଦ୍ବିତୀୟ ବଲିଉଡ ଫିଲ୍ମ । ସେ ଚର୍ଚ୍ଚିତ ଫିଲ୍ମ ଉଡତା ପଞ୍ଜାବରୁ ବଲିଉଡରେ ଡେବ୍ୟୁ କରିଥିଲେ ।
କ୍ରିତି ଓ ଦିଲଜିତଙ୍କ ବ୍ୟତୀତ ଅର୍ଜୁନ ପଟିଆଲାରେ ବରୁଣ ଶର୍ମା, ସୀମା ପାହୱା, ମହମ୍ମଦ ଜେସହନ ଆୟୁବ ଓ ରୋନିତ ରାୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଏମାସ 26ରେ ରିଲିଜ ହେବାକୁ ଯାଉଛି ।