ETV Bharat / sitara

ଦିଗାଙ୍ଗନାଙ୍କ ଉପରେ ଭାରିପଡିଲା ଅଜଗର

ଜୁନ 7ରେ ରିଲିଜ ହେବାକୁ ଯାଉଛି ଟେଲି ଅଭିନେତ୍ରୀ ଦିଗାଙ୍ଗନାଙ୍କ ଆଗାମୀ ଫିଲ୍ମ 'ହିପ୍ପି' । ଫିଲ୍ମକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । କିନ୍ତୁ ଫିଲ୍ମ ସେଟରୁ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ।

author img

By

Published : Jun 5, 2019, 11:06 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ଦିଗାଙ୍ଗନା

ମୁମ୍ବାଇ: 'ଭିର କି ଅରଦାସ ଭିରା' ଧାରାବାହିକରେ ଭିରା ଭୂମିକାରେ ଅଭିନୟ କରି ସମସ୍ତଙ୍କ ଉପରେ ନିଜ ଯାଦୁ ବିଛାଇଥିବା ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କୁ କିଏ ଅବା ଜାଣିନାହାଁନ୍ତି । ଏହି ଧାରାବାହିକଟି ତାଙ୍କୁ ଲାଇମଲାଇଟରେ ଆଣିଦେଇଥିଲା । ଏହାପରେ ସେ 'ବିଗ-ବସ' ସିଜନ 9ରେ ଆସି ବେଶ ପପୁଲାର ହୋଇଥିଲେ । ଟିଭି ଧାରାବାହିକ ବ୍ୟତୀତ ଦିଗାଙ୍ଗନା ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି ।

photo

ଅନ୍ୟପଟେ ତାଙ୍କର ଆଉ ଏକ ଫିଲ୍ମ 'ହିପ୍ପି' ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏବେ ତାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସୁଛି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କଥାଟି ହେଲା ତାଙ୍କୁ ସାପ କାମୁଡିଥିବା ଶୁଣିବାକୁ ମିଳିଛି ।

ଦିଗାଙ୍ଗନା ଅଜଗର ସହ ସୁଟ କରୁଥିଲେ । ହଠାତ୍ ଅଜଗର ତାଙ୍କୁ କାମୁଡି ଦେଇଥିଲା । ଅଜଗର କାମୁଡିବା ଦେଖି ସେ ଅଜଗରକୁ ନିଜଠାରୁ ଦୂରକୁ ପିଙ୍ଗି ଦେଇଥିଲେ । ଅଜଗର କାମୁଡିବାରେ ଦିଗାଙ୍ଗନାଙ୍କ କିଛି କ୍ଷତି ହୋଇନି ସତ କିନ୍ତୁ ସେ ଏହି ଘଟଣାକୁ ନେଇ ଖୁବ୍ ଡରିଯାଇଛନ୍ତି । ଯାହାପାଇଁ ସେ କିଛି ସମୟ ସୁଟିଂ ମଧ୍ୟ ବନ୍ଦ କରିଦେଇଥିଲେ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଦିଗାଙ୍ଗନା ଅଜଗରକୁ ଧରିଥିବାର କିଛି ଫଟୋ ଫିଲ୍ମ ସେଟରୁ ଭାଇରାଲ ହୋଇଛି । ଯଦି ତାଙ୍କ ଫିଲ୍ମ 'ହିପ୍ପି' ବିଷୟରେ କଥା ହେବା ତେବେ ଫିଲ୍ମଟି ଜୁନ 7ରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ସେ ଅନେକ ଧାରାବାହିକରେ ନଜର ଆସିସାରିଛନ୍ତି । 'କ୍ୟା ହାଦସା କ୍ୟା ହକିକତ', 'କୃଷ୍ଣା ଅର୍ଜୁନ', 'ସାଥ ନିଭାନା ସାଥିୟା', 'ବାଲିକା ବଧୂ', 'କୁବୁଲ ହେ' ଭଳି ଧାରାବାହିକରେ ସେ ଅଭିନୟ କରିସାରିଛନ୍ତି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.