ETV Bharat / sitara

2022 ଯାଏଁ ମିଳିତ ଜାତିସଙ୍ଘର ଗୁଡୱିଲ ଆମ୍ବାସାଡର ଦିୟା ମିର୍ଜା

ଦିୟାଙ୍କ କାର୍ଯ୍ୟ ଭିତରେ ଏକ ବଡ କ୍ୟାମ୍ପେନ ହେଉଛି #ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ । ଏହାଦ୍ବାରା ଭାରତର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରେରଣା ପାଇଥିଲେ । ଅଧିକ ପଢନ୍ତୁ...

author img

By

Published : May 7, 2020, 5:39 PM IST

2022 ଯାଏଁ ମିଳିତ ଜାତିସଙ୍ଘର ଗୁଡୱିଲ ଆମ୍ବାସାଡର ଦିୟା ମିର୍ଜା
2022 ଯାଏଁ ମିଳିତ ଜାତିସଙ୍ଘର ଗୁଡୱିଲ ଆମ୍ବାସାଡର ଦିୟା ମିର୍ଜା

ମୁମ୍ବାଇ: ମିଳିତ ଜାତିସଙ୍ଘ ପକ୍ଷରୁ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଜାତୀୟ ସଦିଚ୍ଛା ଦୂତ ଅବଧିକୁ ଆଉ 2 ବର୍ଷ ବଢାଯାଇଛି । ଦିୟା ଜାତିସଙ୍ଘର ପରିବେଶ କାର୍ଯ୍ୟକ୍ରମର ଗୁଡୱିଲ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି । ଗୁରୁବାର ଏନେଇ ଜାତିସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି ।

2017ରୁ ଏହି ପଦରେ ଥିବା ଦିୟା 2022 ଯାଏଁ ଏବେ ସଦିଚ୍ଛା ଦୂତ ଭାବେ କାମ କରିବେ । ଏନେଇ ଦିୟା ନିଜର ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ଖବରରେ ସେ ଅନେକ ଖୁସି । ପୁଣିଥରେ କିଛି ନୂଆ ଶିଖିବାକୁ ମିଳିବ । ପରିବେଶ ସୁରକ୍ଷା ଦିଗରେ ଆଗକୁ ସେ ନିଜର କାମ ଜାରି ରଖିବେ । ଏହାସହ 3 ବର୍ଷ ଧରି କରିଥିବା କାମରୁ ସେ ଅନେକ କିଛି ଶିଖିଥିବା କହିଛନ୍ତି ।

ବର୍ତ୍ତମାନ ତାଙ୍କର ମୂଳ ଲକ୍ଷ୍ୟ ପରିବେଶ, ବନ୍ୟଜନ୍ତୁ, ଜାତୀୟ ସମ୍ପଦର ସୁରକ୍ଷା ବୋଲି ଦିୟା ମତ ରଖିଛନ୍ତି । ଦେଶ ଓ ବିଦେଶର ଅନେକ ପରିବେଶବିତଙ୍କ ସହ ଆଲୋଚନା କରିବା ଦ୍ବାରା ସେ ବିଭିନ୍ନ ବିଷୟରେ ଜାଣିପାରିଛନ୍ତି । ପରିବେଶର ଗୂଢ ତଥ୍ୟ ଓ ଏହାର ସମାଧାନ ବିଷୟରେ ଅନେକ ଶିକ୍ଷା ମିଳିଛି । ଜାତିସଙ୍ଘର ଏହି ସୁଯୋଗ ତାଙ୍କୁ ପରିବେଶ ସୁରକ୍ଷା ଉପରେ ବିବିଧ ତଥ୍ୟ ଓ ସୂଚନା ଦେଇଛି ବୋଲି ଦିୟା କହିଛନ୍ତି । ଜାତିସଙ୍ଘ ପକ୍ଷରୁ ମଧ୍ୟ ଦିୟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଛି । ବିଶ୍ବ ପରିବେଶ ଦିବସଠାରୁ ପ୍ଲାଷ୍ଟିକ ପ୍ରଦୂଷଣ, ଅନ୍ୟାନ୍ୟ କ୍ୟାମ୍ପେନ ଉପରେ ଦିୟାଙ୍କ ଭୂମିକା ବେଶ ପ୍ରଶଂସନୀୟ । ଆଗକୁ ମଧ୍ୟ ଏପରି କାର୍ଯ୍ୟ ସେ ଜାରି ରଖିବେ ବୋଲି ଜାତିସଙ୍ଘ ଆଶା ରଖିଛନ୍ତି ।

ଦିୟାଙ୍କ କାର୍ଯ୍ୟ ଭିତରେ ଏକ ବଡ କ୍ୟାମ୍ପେନ ହେଉଛି #ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ । ଏହାଦ୍ବାରା ଭାରତର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରେରଣା ପାଇଥିଲେ । ଫଳରେ ଗତବର୍ଷଠାରୁ ଭାରତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ ଅଭିଯାନ ଆରମ୍ଭ ହୋଇଛି । 2022 ସୁଦ୍ଧା ଭାରତ ପ୍ଲାଷ୍ଟିକ ଫ୍ରି ହେବ ବୋଲି ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.