ETV Bharat / sitara

ବେବି ବଏର ମାଆ ହେଲେ ଦିୟା, ଦୁଇ ମାସ ପରେ ଦେଲେ ଖୁସି ଖବର

ମାଆ ହେଲେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା । ଗତ ମେ 14 ତାରିଖରେ ବେବି ବଏକୁ ଜନ୍ମ ଦେଇଛନ୍ତି ଦିୟା । ଅଧିକ ପଢନ୍ତୁ..

author img

By

Published : Jul 14, 2021, 6:32 PM IST

ବେବି ବଏର ମାଆ ହେଲେ ଦିୟା, ଦୁଇ ମାସ ପରେ ଦେଲେ ଖୁସି ଖବର
ବେବି ବଏର ମାଆ ହେଲେ ଦିୟା, ଦୁଇ ମାସ ପରେ ଦେଲେ ଖୁସି ଖବର

ହାଇଦ୍ରାବାଦ: ମାଆ ହେଲେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା । ଦିୟା ଏବଂ ତାଙ୍କ ସ୍ବାମୀ ବୈଭବ ରେଖି ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ନିଜ ପୁଅ ନାମ ଅଭ୍ୟାନ ରଖିଛନ୍ତି । ତେବେ ମାଆ ହେବାର ଦୁଇ ମାସ ପରେ ଦିୟା ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ତେବେ ଦିୟାଙ୍କ ପ୍ରିମାଚ୍ୟୁଅର ଡେଲିଭର ହୋଇଛି । ଯେଉଁ କାରଣରୁ ତାଙ୍କ ନବଜାତ ପୁଅ ବର୍ତ୍ତମାନ ICUରେ ଅଛି ବୋଲି ସେ ଖୁଲାସା କରିଛନ୍ତି ।

ଗତ ମେ 14 ତାରିଖରେ ଦିୟା ବେବି ବଏକୁ ଜନ୍ମ ଦେଇଛନ୍ତି । ବୁଧବାର ସକାଳେ ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାନ୍ସ ଏବଂ ଫୋଲର୍ସଙ୍କ ସହ ଏହି ଗୁଡ୍ ନ୍ୟୁଜ ସେୟାର କରିଛନ୍ତି । ଦିୟା ଏକ ଲମ୍ବା ପୋଷ୍ଟ ମାଧ୍ୟମରେ ଅଭ୍ୟାନ ଜନ୍ମର ସବିଶେଷ ଘଟଣାବଳୀ ବର୍ଣ୍ଣନା କରିଛନ୍ତି । ଦିୟା କହିଛନ୍ତି ଯେ ତାଙ୍କ ଡେଲିଭରି ସମୟରେ କୌଣସି ଜଟିଳତା ଦେଖାଯାଇ ନାହିଁ ।

ଅଭ୍ୟାନର କୁନି ହାତକୁ ଧରି ଦିୟା ଏକ କ୍ଲୋଜ ଅପ ଫଟୋ ସହ ଲେଖକ ଏଲିଜାବେଥ ଷ୍ଟୋନଙ୍କ କିଛି ଧାଡି ସେୟାର କରି ଲେଖିଛନ୍ତି- ଗୋଟିଏ ସନ୍ତାନ ପାଇବା ପାଇଁ ତୁମକୁ ସର୍ବଦା ନିଷ୍ପତ୍ତି ନେବାକୁ ହେବ ଯେ ତୁମର ହୃଦୟ ସବୁବେଳେ ତୁମ ଶରୀରର ପାଖାପାଖି ରହିବା ଉଚିତ୍ । ସୂଚନାଥାଉ କି, ଫେବୃୟାରୀ 15ରେ ମୁମ୍ବାଇରେ ଏକ ଭବ୍ୟ ସମାରୋହରେ ଦିୟା ମିର୍ଜା ଏବଂ ବୈଭବ ରେଖି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.