ETV Bharat / sitara

ସଞ୍ଜୁରେ ଅଭିନୟ କରିଥିବା ମାନ୍ୟତା ଦତ୍ତଙ୍କ ଭୂମିକାକୁ ଭୁଲି ପାରୁନାହାଁନ୍ତି ଦିଆ

2018 ରେ ରିଲିଜ୍ ହୋଇଥିବା ଫିଲ୍ମ ସଞ୍ଜୁରେ ସଞ୍ଜୟ ଦତ୍ତଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦିଆ ମିର୍ଜା । ଦିଆ କହିଛନ୍ତି, ଏହି ଫିଲ୍ମରେ ମୁଁ ସଞ୍ଜୟଙ୍କ ଜୀବନରେ ମାନ୍ୟତା ଦତ୍ତଙ୍କ ଦୃଢ ଉପସ୍ଥିତିକୁ ନ୍ୟାୟ ଦେଇଛି । ଦିଆଙ୍କ ପାଇଁ ଏହି ଚରିତ୍ରକୁ ଅଭିନୟ କରିବା ଏକ ସରପ୍ରାଇଜ୍ ଏବଂ ଅନୁଭୂତି ଥିଲା । ଅଧିକ ପଢନ୍ତୁ...

author img

By

Published : Jun 29, 2020, 10:24 AM IST

Dia Mirza shares exprerience of playing Maanayata in Sanju
ସଞ୍ଜୁରେ ଅଭିନୟ କରିଥିବା ମନାୟତା ଦତ୍ତଙ୍କ ଭୂମିକାକୁ ଭୁଲି ପାରୁନାହାଁନ୍ତି ଦିଆ

ମୁମ୍ବାଇ: 2018 ରେ ରିଲିଜ୍ ହୋଇଥିବା ଫିଲ୍ମ ବାୟୋପିକ ସଞ୍ଜୁରେ ସଞ୍ଜୟ ଦତ୍ତଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦିଆ ମିର୍ଜା । ଦିଆ କହିଛନ୍ତି, ସଞ୍ଜୁରେ ଅଭିନୟ କରିଥିବା ମାନ୍ୟତା ଦତ୍ତଙ୍କ ଭୂମିକାକୁ ମୁଁ ଭୁଲି ପାରୁନାହିଁ ।

ସଞ୍ଜୟ ଦତ୍ତ ଏବଂ ରଣବୀର କପୁରଙ୍କ ଅଭିନୀତ ସଞ୍ଜୁ ଜୁନ୍ 29, 2018ରେ ମୁକ୍ତିଲାଭ କରିଥିଲା ।

ରାଜକୁମାର ହିରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଞ୍ଜୟଙ୍କର ବାସ୍ତବ ଜୀବନ, ​​ତାଙ୍କ ପ୍ରେମ ସମ୍ପର୍କ, ଡ୍ରଗ୍ସ ସହିତ ମୁକାବିଲା, 1993 ମୁମ୍ବାଇ ବିସ୍ଫୋରଣ ବିଷୟରେ ଦେଖିବାକୁ ମିଳିଥିଲା ।

ଦିଆ କହିଛନ୍ତି, ସଞ୍ଜୁରେ କାମ କରିବା ପୂର୍ବରୁ ମୋର ରାଜୁ ସାରଙ୍କ ସହ ବହୁତ ଭଲ ବନ୍ଧୁତ୍ବ ଥିଲା । ତେଣୁ ମୋତେ ତାଙ୍କ ସହ କାମ କରିବାରେ ସହଜ ହୋଇଥିଲା । ଅଭିଜିତ ଯୋଶୀଙ୍କ ଦ୍ବାରା ଲେଖାଯାଇଥିବା ସ୍କ୍ରିପ୍ଟକୁ ମୁଁ ବହୁତ ଭଲ ଭାବରେ ଗ୍ରହଣ କରିଥଲି । ଯାହା ସଞ୍ଜୟ ସାରଙ୍କ ଜୀବନରେ ମାନ୍ୟତା ଦତ୍ତଙ୍କ ଦୃଢ ଉପସ୍ଥିତିକୁ ନ୍ୟାୟ ପ୍ରଦାନ କରିଛି ।

ମୁଁ ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି । ଏହି ଫିଲ୍ମରେ କାମ କରିବାର ଅନୁଭୂତି ମୋ ପାଇଁ ସଂପୂର୍ଣ୍ଣ ଭିନ୍ନ ଥିଲା । ମୋର ସମସ୍ତ ଫିଲ୍ମ ମଧ୍ୟରୁ ସଞ୍ଜୁ ଅନ୍ୟତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.