ନୂଆଦିଲ୍ଲୀ: ଗତ ଫେବୃଆରୀ 15 ରେ ବୈଭବ ରେଖୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସୁନ୍ଦରୀ ଅଭିନେତ୍ରୀ ଦିଆ ମିର୍ଜା । ବର୍ତ୍ତମାନ ବିବାହର ଦେଢ ମାସ ପରେ ସେ ଗର୍ଭବତୀ ଅଛନ୍ତି । ସୋସିଆଲ ମିଡିଆରେ ଦିଆ ଏହି ଖୁସି ଖବର ଦେଇଥିଲେ । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ, ଗର୍ଭାବସ୍ଥାରେ ଦିଆ ଯୋଗ କରିବା ସମୟର କିଛି ଫଟୋ ଏବଂ ଭିଡିଓ କ୍ଲିପ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି କ୍ଲିପ୍ରେ ଦିଆ ଓ୍ବାର୍କଆଉଟ ଏବଂ ଯୋଗ କରୁଥିବାର ନଜର ଆସିଛନ୍ତି ।
ଏହି ମାସ ଆରମ୍ଭରେ ଦିଆ ଗର୍ଭବତୀ ଥିବା ନିଶ୍ଚିତ କରିବା ସହ ସେ ଏବଂ ବୈଭବ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଥିବା ସୂଚନା ଦେଇଥିଲେ ।
- " class="align-text-top noRightClick twitterSection" data="
">
ଏହି ଖବର ପରେ ବଲିଉଡ ସେଲିବ୍ରିଟି ତଥା ସେମାନଙ୍କ ପ୍ରଶଂସକ ଦିଆ ଏବଂ ବୈଭବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରକାଶ ଥାଉ ଯେ, ବୈଭବଙ୍କ ପୂର୍ବରୁ ଦିଆ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। କିନ୍ତୁ 11 ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। 2019ରେ ସୋସିଆଲ ମିଡିଆରେ ଦିଆ ସାହିଲଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ ।