ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ହେଉ କିମ୍ବା ତାଙ୍କ ଫିଟନେସ୍ ହେଉ, ଧର୍ମେନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ ନମ୍ବର ଓ୍ବାନ । 85 ବର୍ଷ ବୟସରେ ମଧ୍ୟ ଅଭିନେତାଙ୍କର ଶକ୍ତିର ଅଭାବ ନାହିଁ ।
- " class="align-text-top noRightClick twitterSection" data="
">
ଆଜିକାଲି ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଅଭିନେତା ସର୍ବଦା ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ନିକଟରେ, ଧର୍ମେନ୍ଦ୍ର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ଫାର୍ମ ହାଉସର ଛୋଟ ସୁଇମିଂ ପୁଲ ଭିତରେ ୱାଟର ଏରୋବିକ୍ସ କରୁଥିବାର ନଜର ଆସିଛନ୍ତି ।
ଭିଡିଓ ପୋଷ୍ଟ କରି କ୍ୟାପସନରେ ଧର୍ମେନ୍ଦ୍ର ଲେଖିଛନ୍ତି, 'ବନ୍ଧୁଗଣ, ତାଙ୍କର ଆଶୀର୍ବାଦ ଏବଂ ଆପଣଙ୍କର ଶୁଭେଚ୍ଛା ହେତୁ ମୁଁ ଯୋଗ ଏବଂ କିଛି ବ୍ୟାୟାମ ସହିତ ୱାଟର ଏରୋବିକ୍ସ ଆରମ୍ଭ କରିଛି । ଖୁସି, ସୁସ୍ଥ ଏବଂ ଶକ୍ତିଶାଳୀ ହୁଅ । ସୁପରଷ୍ଟାରଙ୍କ ଏହି ଭିଡିଓ ପ୍ରଶଂସକମାନଙ୍କୁ ବହୁତ ଉତ୍ସାହିତ କରୁଛି ।
ଧର୍ମେନ୍ଦ୍ରଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । 85 ବର୍ଷ ବୟସରେ ମଧ୍ୟ ଅଭିନେତା ପୁରା ଫିଟ୍ ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଧର୍ମେନ୍ଦ୍ରଙ୍କୁ ଫିଲ୍ମ 'ଅପନେ ୨'ରେ ଦେଖିବାକୁ ମିଳିବ ।