ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଦୁନିଆଠୁ ଦୂରେଇ ଅଛନ୍ତି ବି-ଟାଉନର ହିମ୍ୟାନ ଧର୍ମେନ୍ଦ୍ର । ହେଲେ ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ଯେଉଁଥିରେ ନିଜର ପୁରୁଣା ଫଟୋ, ଫାର୍ମହାଉସର ଭିଡିଓ, ଇତ୍ୟାଦି ସେୟାର କରୁଥିବାର ନଜର ଆସୁଛନ୍ତି । ସେହିପରି ଏଥର ସେ ନିଜର 30 ବର୍ଷ ପୁରୁଣା ସ୍ମୃତିକୁ ସତେଜ କରିଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ । ଯାହା 30 ବର୍ଷ ପୁରୁଣା ଫିଲ୍ମ ‘ଘାୟଲ’ ସମୟର । ଏହି ଫିଲ୍ମରେ ତାଙ୍କ ଲାଡଲା ତଥା ଅଭିନେତା ସନ୍ନି ଦେଓଲ, ମୀନାକ୍ଷୀ ଶେଷାଦ୍ରୀ, ରାଜ ବବ୍ବର ଓ ଅମରିଶ ପୁରୀ ଭଳି ଫେମସ କଳାକାର ଅଭିନୟ କରିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ରାଜକୁମାର ସନ୍ତୋଷୀ କରିଥିବା ବେଳେ ଏହାର ପ୍ରଯୋଜନା କରିଥିଲେ ନିଜେ ଧର୍ମେନ୍ଦ୍ର ।
ସେ ସେୟାର କରିଥିବା ଭିଡିଓ ସନ୍ନି ଓ ମୀନାକ୍ଷୀଙ୍କ ଏକ ସାକ୍ଷାତକାରର । ଯେଉଁଥିରେ ଏହି ଦୁଇ ଷ୍ଟାର୍ସ ‘ଘାୟଲ’ ଫିଲ୍ମର ଅନୁଭୂତି କହୁଥିବାର ନଜର ଆସୁଛନ୍ତି । ଭିଡିଓ କ୍ୟାପସନରେ ଧର୍ମେନ୍ଦ୍ର ଲେଖିଛନ୍ତି, ‘ବନ୍ଧୁ 30 ବର୍ଷ ପୂର୍ବେ କିଛି କରିଥିଲି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ‘ଘାୟଲ’ 1990ରେ ରିଲିଜ ହୋଇଥିଲା । ଯାହା ସୁପରହିଟ୍ ମଧ୍ୟ ହୋଇଥିଲା । ଫିଲ୍ମରେ ସନ୍ନିଙ୍କ ଆକ୍ସନ ଅବତାର ଦର୍ଶକଙ୍କ ମନ କିଣିଥିଲା । ସେହିପରି ଅନେକ ପୁରସ୍କାର ଜିତିବାରେ ସଫଳ ହୋଇଥିଲା ଫିଲ୍ମ ।