ମୁମ୍ବାଇ: ଗତ 20 ତାରିଖରେ କୋରୋନା ଟିକା ନେଇଥିଲେ ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର । ଯାହା ପରେ ତାଙ୍କ ତିନିଜଣ ଷ୍ଟାଫ୍ଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ଅଭିନେତା ନିଜର କୋରୋନା ଟେଷ୍ଟ କରାଇଥିଲେ । ଖୁସି ଖବର ହେଲା ଯେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାର ସୂଚନା ଦେଇ ସେ ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି ।
ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି, ‘ଭଗବାନ ମୋ ପ୍ରତି ଦୟାଳୁ ହୋଇଛନ୍ତି। ମୋ ରିପୋର୍ଟ ନେଗେଟିଭ ବାହାରିଛି । ମୁଁ ପ୍ରକୃତରେ ଜାଣି ନାହିଁ କାହିଁକି ପୁଣି ଦେଶରେ କୋରୋନା ପ୍ରକୋପ ବଢିଚାଲିଛି । ଯାହା ସମସ୍ତଙ୍କୁ ପୁଣି ଭୟଭୀତ କରାଉଛି । ପରିସ୍ଥିତି ଶୀଘ୍ର ନିୟନ୍ତ୍ରଣକୁ ଆସିବା ଦରକାର । ଅନ୍ୟଥା ସବୁ ଜିନିଷ ଆଉଟ ଅଫ୍ କଣ୍ଟ୍ରୋଲ ହୋଇଯିବ ।’