ETV Bharat / sitara

ଧର୍ମେନ୍ଦ୍ରଙ୍କ ହିମ୍ୟାନ ରେସ୍ତୋରାଁରେ ଝୁଲିଲା ତାଲା ! - ଲେଜେଣ୍ଡ ଆକ୍ଟର ଧର୍ମେନ୍ଦ୍ର ସମସ୍ୟାରେ

ଏବର୍ଷ ପ୍ରେମ ଦିବସରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କ ଦ୍ବିତୀୟ ରେସ୍ତୋରାଁ ‘ହି-ମ୍ୟାନ’ର ଉଦଘାଟନ କରାଯାଇଥିଲା । ଏହାର ଗୋଟିଏ ମାସ ପରେ ଏହି ରେସ୍ତୋରାଁକୁ ସିଲ କରାଯାଇଛି । ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ...

_dharmendra new restaurant he ma
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 11, 2020, 2:20 PM IST

ଚଣ୍ଡିଗଡ: ବଲିଉଡର ଲିଜେଣ୍ଡ ଆକ୍ଟର ଧର୍ମେନ୍ଦ୍ର ବର୍ତ୍ତମାନ ଚର୍ଚ୍ଚାରେ। ଏହାର କାରଣ ଏବର୍ଷ ଭାଲେଣ୍ଟାଇନ ଡେରେ ସେ ଖୋଲିଥିବା ନୂଆ ରେସ୍ତୁରାଁ ‘ହି-ମ୍ୟାନ’। ଏବେ ଶୁଣିବାକୁ ମିଳୁଛି ଯେ ତାଙ୍କ ଏହି ରେସ୍ତୋରାଁକୁ ସିଲ କରି ଦିଆଯାଇଛି। ଅବୈଧ ନିର୍ମାଣକୁ ଆଧାର କରି ଏହାକୁ ସିଲ କରାଯାଇଛି। ରେସ୍ତୋରାଁ ଉପର ନଗର ନିଗମର କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଧର୍ମେନ୍ଦ୍ର

ନଗର ନିଗମ ଅଧିକାରୀ ରେସ୍ତୋରାଁରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ସବୁ ଷ୍ଟାଫ ଓ ଗ୍ରାହକଙ୍କୁ ବାହାର କରି ତାଲା ପକାଇବା ସହ ଏକ ନୋଟିସ ମଧ୍ୟ ଲଗାଥିଲେ। ଧର୍ମେନ୍ଦ୍ରଙ୍କ ରେସ୍ତୋରାଁ ଉପରେ ନିଆଯାଇଥିବା ଏହି ନିଷ୍ପତ୍ତି ଉପରେ ନଗର ନିଗମ ଅଧିକାନୀ ନିଶାନ୍ତ କୁମାର ଯାଦବ କହିଛନ୍ତି ଅବୈଧ ନିର୍ମାଣ ପାଇଁ ଗତ ବର୍ଷ ଆମେ ଅନେକ ଭବନ ମାଲିକଙ୍କୁ ନୋଟିସ ପଠାଇଥିଲୁ । ହେଲେ କୌଣସି ଜବାବ ଆସିଥିନଥିଲା । ଯାହାପରେ ଆମେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛୁ।

ପ୍ରକାଶ ଥାଉକି ଭାଲେଣ୍ଟାଇନ ଡେ ଅବସରରେ ଧର୍ମେନ୍ଦ୍ର ନିଜେ ଏହି ରେସ୍ତୋରାଁର ଉଦଘାଟନ କରିଥିଲେ। ସେ ରେସ୍ତୋରାଁର ଘୋଷଣା ଟ୍ବିଟରରେ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ପୂର୍ବରୁ ତାଙ୍କର ଆଉ ଏକ ରେସ୍ତୋରାଁ ‘ଗରମ ଧରମ ଢାବା’ ମଧ୍ୟ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.