ମୁମ୍ବାଇ: ବି-ଟାଉନର ହିମ୍ୟାନ ଧର୍ମେନ୍ଦ୍ର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି। ସେ ପ୍ରାୟତଃ ଫ୍ରାର୍ମହାଉସର ଅନେକ ଫଟୋ, ଭିଡିଓ ସେୟାର କରୁଥିବାର ନଜର ଆସନ୍ତି । ହେଲେ ଇତିମଧ୍ୟରେ ସେ ଫ୍ୟାନ୍ସଙ୍କୁ ଭାଲେଣ୍ଟାଇନ ଡେରେ ଶାନଦାର ଉପହାର ଦେବାର ଘୋଷଣା କରିଛନ୍ତି । ଆଜ୍ଞା ହଁ, ସେ ପ୍ରେମ ଦିବସରେ ନିଜର ଏକ ରେସ୍ତୁରାଁ ଖୋଲିବାକୁ ଯାଉଛନ୍ତି । ଯାହାର ନାମ ସେ ହିମ୍ୟାନ ରଖିବେ।
- " class="align-text-top noRightClick twitterSection" data="
">
ସେ ବୁଧବାର ଇନଷ୍ଟାଗ୍ରାମରେ ନିଜ ନୂଆ ରେସ୍ତୁରାଁର ସୂଚନା ଦେଇଛନ୍ତି । ଫେମସ ଗରମ-ଧରମ ଢାବା ପରେ ଧର୍ମେନ୍ଦ୍ରଙ୍କ ଏହା ଦ୍ବିତୀୟ ରେସ୍ତୁରାଁ । କରନାଲ ହାଇୱେରେ ସେ ଏହି ରେସ୍ତୁରାଁ ଖୋଲିବେ । ହିମ୍ୟାନ ନାମରେ ବଲିଉଡରେ ଫେମସ ଧର୍ମେନ୍ଦ୍ର ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସ୍ନେହର ବନ୍ଧୁ, ମୋର ଗରମ ଧରମ ଢାବାର ସଫଳତା ପରେ ଏବେ ମୁଁ ହିମ୍ୟାନ ନାମକ ଆଉ ଏକ ରେସ୍ତୁରାଁ ଖୋଲିବାର ଘୋଷଣା କରୁଛି । ମୁଁ ଆପଣଙ୍କ ପ୍ରେମ ଓ ସମ୍ମାନ ହୃଦୟରୁ କରୁଛି । ଆପଣଙ୍କୁ ମୋର ଅନେକ ଅନେକ ସ୍ନେହ, ଆପଣଙ୍କ ଧରମ ।’