ETV Bharat / sitara

ସ୍ତ୍ରୀ ଓ ପୁଅକୁ ଅଭିନନ୍ଦନ ଜଣାଇଲେ 'ହି ମ୍ୟାନ' - tweet

ବଲିଉଡର ହି ମ୍ୟାନ ନିଜ ସ୍ତ୍ରୀ ଓ ପୁଅକୁ ନିର୍ବାଚନରେ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ।

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : May 23, 2019, 7:00 PM IST

ହାଇଦ୍ରାବାଦ: ଦେଶରେ ଆଜି 542 ଲୋକସଭା ଆସନ ପାଇଁ ଭୋଟଗଣତି ଚାଲିଛି । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଖୋଲିଛି ଇଭିଏମ ପେଡି । ନିର୍ବାଚନ ଦୌଡରେ କିଏ ଆଗରେ କିଏ ପଛରେ ତାହାର ସମୀକ୍ଷା ଚାଲିଛି । ଏହା ମଧ୍ୟରେ ଶୁଭେଚ୍ଛାର ସୁଅ ମଧ୍ୟ ମାଡି ଆସୁଛି । ତେବେ ଏଥିରେ ପଛରେ ନାହାଁନ୍ତି ବଲିଉଡ କଳାକାର ।

ନିଜ ପୁଅ ସନ୍ନି ଦେଓଲ ଓ ସ୍ତ୍ରୀ ହେମାମାଲିନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ହି ମ୍ୟାନ ଧର୍ମେନ୍ଦ୍ର କୁମାର । ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

hema malini
ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ ସନ୍ନି ଦେଓଲ ଗୁରୁଦାସପୁରରୁ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖରଙ୍କ ଓପୋଜିଟରେ ବିଜେପି ଆସନରୁ ଲଢୁଛନ୍ତି । ତେବେ ପ୍ରାୟ 80 ହଜାର ଭୋଟ ଆଗରେ ଅଛନ୍ତି ସନ୍ନି । ଅନ୍ୟପକ୍ଷେ ହେମାମାଲିନୀ ମଥୁରା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ମହେଶ ପାଠକଙ୍କ ଓପୋଜିଟରେ ଲଢୁଛନ୍ତି ।

dharmendra kumar
ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ ଗଣତି ଆରମ୍ଭ ହେବା ପରେ ଟ୍ବିଟରରେ ଶୁଭେଚ୍ଛାର ସୁଅ ଛୁଟିଆସିଥିଲା । ରାଜନେତାଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ ପସନ୍ଦର ଦଳ ଓ ନେତାଙ୍କୁ ଅଭିନନ୍ଦନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.