ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ: କରନଙ୍କ ପୂର୍ବତନ କର୍ମଚାରୀ କ୍ଷିତିଜଙ୍କୁ ମିଳିଲା ଜାମିନ

ପୁଣି ବଲିଉଡ ଡ୍ରଗ୍ସ କାରବାର କେସକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଏବେ ଜାମିନ ପାଇଛନ୍ତି ଏହି କେସରେ ସମ୍ପୃକ୍ତ ଥିବା କରନଙ୍କ ଧର୍ମା ପ୍ରଡକ୍ସନର ପୂର୍ବତନ ପ୍ରଯୋଜକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 16, 2020, 1:28 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଥିବା ବଲଉଡ ଡ୍ରଗ୍ସ କେସରେ ଏଯାବତ ଅନେକ ସେଲିବ୍ରିଟିଙ୍କୁ ଜେରା କରିସାରିଲାଣି ଏନସିବି । ବଲିଉଡରେ ଚାଲିଥିବା ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିବାରେ ଲାଗିଛି ଏଜେନ୍ସି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଠୁ ନେଇ ସାରା ଅଲ୍ଲୀ ଖାନଙ୍କ ନାମ ଏହି ମାମଲାରେ ସମ୍ପୃକ୍ତ ହୋଇସାରିଛି । ସେପଟେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଏନସିବି । ମାସେ ଦୁଇ ଭାଇ ଭଉଣୀ ଜେଲରେ ରହିବା ପରେ ଜାମିନ ମିଳିଥିଲା । ଆଉ ଏବେ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନର ପୂର୍ବତନ ପ୍ରଯୋଜକ କ୍ଷିତିଜ ରବି ପ୍ରସାଦଙ୍କୁ ଜାମିନ ମିଳିଛି ।

ଡ୍ରଗ୍ସ ମାମଲାରେ ମୁମ୍ବାଇର ଏନଡିପିଏସ୍ କୋର୍ଟ ମଙ୍ଗଳ ପ୍ରଡକ୍ସନ୍ସର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତିଜ ରବି ପ୍ରସାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଡ୍ରଗ୍ସ ଡିଲିଂ କେସରେ ତାଙ୍କ ନାମ ଆସିବା ପରେ ସେପ୍ଟେମ୍ବର 26ରେ ଏନସିବି ତାଙ୍କୁ ଗିରଫ କରିଥିଲା । ଆଉ ଅକ୍ଟୋବର 6 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

  • Mumbai: Dharma Productions former executive producer Kshitij Ravi Prasad granted bail by Special NDPS court today in connection with a drug case.

    — ANI (@ANI) December 15, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି କି ଦୁଇ ଦୁଇ ଥର ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କୁ ନିକଟରେ ପଚରାଉଚରା କରିଥିଲା ଏନସିବି । ଏବେ ପୁଣିଥରେ ଅର୍ଜୁନଙ୍କୁ ଏନସିବି ତରଫରୁ ସମନ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.